+2 ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ : ଏମିତି ପ୍ରତିକ୍ରିୟା ଦେଲେ ଛାତ୍ରଛାତ୍ରୀ - ବ୍ରହ୍ମପୁରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ

🎬 Watch Now: Feature Video

thumbnail

By

Published : May 31, 2023, 9:33 PM IST


ବ୍ରହ୍ମପୁର:  ଆଜି ପ୍ରକାଶ ପାଇଛି +2 ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ । CHSE କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ରେଜଲ୍ଟ ଘୋଷଣା ପରେ ଏହାକୁ ନେଇ ବ୍ରହ୍ମପୁରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଖୁସିର ମାହୋଲ । ରାଜ୍ୟରେ ଯୁକ୍ତ ଦୁଇ ବିଜ୍ଞାନରେ ମୋଟ ୭୭ ହଜାର ୪୬୮ ବିଦ୍ୟାର୍ଥୀ ରେଗୁଲାର ପାସ୍ ହାର ରହିଥିବାବେଳେ ୧ହଜାର ୪୭୦ ଜଣ ଏକ୍ସ ରେଗୁଲାରରେ ବିଦ୍ୟାର୍ଥୀ ପାସ୍ କରିଛନ୍ତି । ତେବେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ଥିବା ଜଣାପଡିଛି । ସେହିପରି ରାଜ୍ୟରେ +2  ବିଜ୍ଞାନରେ ପାସ୍ ହାର ୮୪.୯୩ ପ୍ରତିଶତ ଥିବାବେଳେ +2 ବାଣିଜ୍ୟରେ ମୋଟ ପାସ୍ ହାର ୮୧.୧୨ ପ୍ରତିଶତ ରହିଛି । 
 ପରୀକ୍ଷା ଫଳ ଘୋଷଣା ପରେ ଦିନ ୧ଟା ପରେ ଅର୍ଥାତ୍ 2 ଘଣ୍ଟା ବିଳମ୍ବରେ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହୋଇଥିଲା । +2  ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏହାକୁ ନେଇ ବିଦ୍ୟାର୍ଥୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଯାଇଛି । ସେପଟେ ଚଳିତବର୍ଷ ବହୁ କମ୍ ପରିମାଣରେ ବିଦ୍ୟାର୍ଥୀ ଏ-୧ ରହିଥିବା ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.