thumbnail

By ETV Bharat Odisha Team

Published : Dec 24, 2023, 9:36 PM IST

ETV Bharat / Videos

ସ୍ୟାଣ୍ଡ ଆର୍ଟ ମାଧ୍ୟମରେ ଖ୍ରୀଷ୍ଟମାସର ଶୁଭେଚ୍ଛା

Christmas wish through sand art ପୁରୀ: ଆଉ କିଛି ଘଣ୍ଟାର ସମାପ୍ତୀ ପରେ ଧରାବତାରଣ କରିବେ ପ୍ରଭୁ ଯୀଶୁ । ଏନେଇ ରଙ୍ଗ ବେରଙ୍ଗ ଆଲୋକ ସାଙ୍ଗକୁ ଖ୍ରୀଷ୍ଟମାସ ଟ୍ରି', କ୍ରିଙ୍ଗ୍‌ବେଲ୍‌ ଆଦିରେ ସଜ୍ଜିତ ହୋଇଛି ଚର୍ଚ୍ଚ । ତେବେ ସ୍ୟାଣ୍ଡ ଆର୍ଟ ପାର୍କରେ ବଡ଼ଦିନ ଉପଲକ୍ଷେ ନିର୍ମାଣ କରାଯାଇଛି ବାଲୁକା କଳା । ଆକର୍ଷଣୀୟ ହେବା ସାଙ୍ଗକୁ ସଚେତନତାର ବାର୍ତ୍ତା ମଧ୍ୟ ପ୍ରଦାନ କରୁଛି ।  

ଏହା ମଧ୍ୟ ପଢ଼ନ୍ତୁ.... ବଡ଼ ଦିନ ପାଇଁ ସଜେଇ ହେଉଛି କଟକ

ଖ୍ରୀଷ୍ଟମାସ ଉପଲକ୍ଷେ ସ୍ୟାଣ୍ଡ୍‌ ଆର୍ଟ ପାର୍କରେ ନିର୍ମାଣ କରାଯାଇଛି ବିଭିନ୍ନ ସଚେତନତା ଭିତ୍ତିକ ବାଲୁକା କଳା । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ ନିର୍ମାଣ କରିଛନ୍ତି ବାଲୁକା ସାଣ୍ଟା । ସେ ଏହି ବାଲୁକା କଳାରେ ସେଭ ଟ୍ରି', ମେରୀ ଖ୍ରୀଷ୍ଟମାସ ଭଳି ମେସେଜକୁ ସାମିଲ କରିଛନ୍ତି । ତେବେ ଏହା ପୁରୀ ଲାଇଟ ହାଉସ ନିକଟସ୍ଥ ସ୍ୱର୍ଣ୍ଣାଭ ବେଳାଭୂମିରେ ନିର୍ମାଣ କରାଯାଇଛି । ମାନସଙ୍କର ଏହି ସଚେତନତା ଭିତ୍ତିକ ବାଲୁକା କଳା ଦେଖି ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ ଖୁବ ପ୍ରଶଂସା କରିଛନ୍ତି ।

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.