ୱାଗନର ଗ୍ରୁପ୍ ବନାମ ଚେଚାନ ଫାଇଟ୍, ରୋସ୍ତୋଭରେ ପହଞ୍ଚିଲେ ଚେଚାନ୍ ଲଡାକା; ସହର ଛାଡିଲେ ଲୋକେ - russsian govt in truble
🎬 Watch Now: Feature Video
ମସ୍କୋ: ଋଷରେ ସାଂଘାତିକ ହୋଇଛି ସ୍ଥିତି। ଗୋଟିଏ ପଟେ ପୁଟିନ ସରକାରଙ୍କୁ ବିରୋଧ କରି ୱାଗନର ସେନା କ୍ଷମତା ହାତେଇବାକୁ ଚେଷ୍ଟା କରୁଥିବାବେଳେ ଅନ୍ୟପଟେ ଜିଦରେ ଅଟଳ ପୁଟିନ। ଦେଶରେ ଉପୁଜୁଥିବା ହୋଇଥିବା ରାଷ୍ଟିୟ ସଙ୍କଟକୁ ଦୃଷ୍ଟିରେ ରଖି ଏମରଜେନ୍ସି ଘୋଷଣା କରାଯାଇଛି। ଏହାସହ ୱାଗନର ସେନାକୁ କଡ଼ା ଜବାବ ଦେବାକୁ ଋଣନୀତି ପ୍ରସ୍ତୁତ କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ୱାଗନର ବିପକ୍ଷରେ ଚେଚାନ୍ ଗ୍ରୁପ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇବ ବୋଲି ଜଣାପଡିଛି। ଏନେଇ ଚେଚାନ ଗ୍ରୁପ ମୁଖ୍ୟ ରମଜାନ କାଡିରୋଭଙ୍କ ନିର୍ଦ୍ଦେଶରେ ସୈନ୍ୟମାନେ ଋଷରେ ପହଞ୍ଚି ସାରିଥିବା ଜଣାପଡିଛି।
ତେବେ ଚେଚାନ ଗ୍ରୁପ ହେଉଛି ୱାଗନର ପରି ଏକ ପ୍ରାଇଭେଟ ଆର୍ମି ସଂସ୍ଥା । ପୂର୍ବରୁ ମଧ୍ୟ ଋଷ-ୟୁକ୍ରେନ ଯୁଦ୍ଧ ସମୟରେ ୟୁକ୍ରେନ ବିପକ୍ଷରେ ଲଢେଇ କରିବାକୁ ଚେଚାନର ସାହାଯ୍ୟ ନେଇଥିଲା ଋଷ। ପ୍ରଥମେ ୱାଗନର ଗ୍ରୁପ ଋଷ ପାଇଁ ଚୁକ୍ତି ସ୍ବାକ୍ଷର କରିଥିବାବେଳେ ପରବର୍ତ୍ତୀ ସମୟରେ ଚେଚାନ ମଧ୍ୟ ଋଷ ସପକ୍ଷରେ ୟୁକ୍ରେନ ସହ ଯୁଦ୍ଧ କରିଥିବା ସୂଚନା ରହିଛି। ସେପଟେ ଦେଶବାସୀ ଭୟରେ ଦେଶ ଛାଡୁଥିବା ଭିଡିଓ ସାମନାକୁ ଆସିଛି।