ବାହୁଡ଼ା ଯାତ୍ରା ପୂର୍ବରୁ ୩ ରଥର ସ୍ଥିତି ଯାଞ୍ଚ - ରଥର ସ୍ଥିତି ଯାଞ୍ଚ

🎬 Watch Now: Feature Video

thumbnail

By

Published : Jun 24, 2023, 8:52 PM IST

ପୁରୀ: ଆସନ୍ତା ୨୮ ତାରିଖ ଦିନ ବାହୁଡ଼ା ଯାତ୍ରା । ମହାପ୍ରଭୁ ଶ୍ରୀମନ୍ଦିରକୁ ବାହୁଡ଼ିବେ । ଆଜି ପବିତ୍ର ହେରା ପଞ୍ଚମୀ ଥିବା ବେଳେ  ଆସନ୍ତାକାଲି ତିନି ରଥର ହେବ ଦକ୍ଷିଣ ମୋଡ଼ ।  ତିନି ରଥକୁ ଗୁଣ୍ଡିଚା ମନ୍ଦିରର ସିଂହଦ୍ବାରରୁ ଟଣା ଯାଇ ନାକଚଣା ଦ୍ଵାରରେ ତିନି ରଥକୁ ଲଗାଯିବ। ତେବେ ଏହା ପୂର୍ବରୁ ତିନି ରଥର ହୋଇଛି ଯାଞ୍ଚ । ରଥ ଚକ, ଦଣ୍ଡା, ଅଖ ଆଦିର ଯାଞ୍ଚ କରାଯାଇଛି। ବାହୁଡ଼ା ଯାତ୍ରାରେ ରଥ ଚାଲିଲା ବେଳେ କୌଣସି ଯେପରି ତ୍ରୁଟି ନ ରୁହେ ସେ ନେଇ ରଥ ନିର୍ମାଣ କମିଟି ପକ୍ଷରୁ ହୋଇଛି ଯାଞ୍ଚ ।  

ପୂର୍ତ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀ ଅଜିତ ମହାପାତ୍ର, ତିନି ରଥର ମୁଖ୍ୟ ମହାରଣାଙ୍କୁ ନେଇ ହେଇଛି ତିନି ରଥର ଜାଞ୍ଜ। ତେବେ ସେଭଳି କିଛି ବଡ ଅସୁବିଧା ହୋଇ ନାହିଁ ବୋଲି ପୂର୍ତ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀ ଅଜିତ ମହାପାତ୍ର ଓ ରଥର ମୁଖ୍ୟ ମହାରଣା କହିଛନ୍ତି ।  କିଛି ସ୍ଥାନରେ ଚକ, ଦଣ୍ଡା, ଅଖରେ କ୍ଲାମ୍ପ ଲାଗିବ। ଫଳରେ ଯେଉଁଗୁଡିକ ଢିଲା ରହିଛି ସେଗୁଡିକ ଠିକ୍ ରହିବ। ରଥ ନିର୍ମାଣ ସମୟରେ ଦର୍ପଦଳନ ରଥରର ସାନ ଉଛୁଳା ଚକର ଅଖରେ ଫାଟ ଦେଖା ଦେଇଥିଲା ।  ହେଲେ ପରବର୍ତ୍ତୀ ସମୟରେ ଲୁହାର ୟୁ-କ୍ଲାମ୍ପ ଦିଆଯାଇ ଠିକ କରାଯାଇଥିଲା । ରଥ ଯାତ୍ରା ଦିନ ରଥ ଗଡିଲା ବେଳେ କୌଣସି ସମସ୍ୟା ହୋଇ ନ ଥିଲା । ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଅଢେଇ କିଲୋମିଟର ଭଲରେ ଆସିଥିଲା ।  

ଏହା ବି ପଢନ୍ତୁ- Online Puja App Fraud: ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା ନାଁରେ ଠକେଇ ! ଶ୍ରୀମନ୍ଦିର ପ୍ରଶାସନର ତଦନ୍ତ ଆରମ୍ଭ

ତେବେ ଯାଞ୍ଚରେ ଦର୍ପଦଳନ ରଥର ଅଖରେ କୌଣସି ଅସୁବିଧା ନ ଥିବା ଜଣାପଡିଛି ।  ତେବେ ଏହାକୁ ଅଧିକ ମଜଭୁତ ଓ ସୁରକ୍ଷିତ ରଖିବା ପାଇଁ ଆଉ ଗୋଟାଏ ୟୁ-କ୍ଲାମ୍ପ ଲଗାଯିବ ବୋଲି ପୂର୍ତ୍ତ ବିଭାଗର ଯନ୍ତ୍ରୀ ସୂଚନା ଦେଇଛନ୍ତି ।  ଆସନ୍ତାକାଲି ତିନି ରଥର ହେବ ଦକ୍ଷିଣ ମୋଡ଼ । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ଶ୍ରୀଗୁଣ୍ଡିଚା ମନ୍ଦିରର ସିଂହଦ୍ବାରଠାରୁ ନାକଚଣା ଦ୍ଵାର ଯାଏଁ ତିନି ରଥକୁ ଟାଣି ନିଆଯାଇ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ଵାରରେ ଲଗାଯିବ। ଆସନ୍ତା ୨୮ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.