Chandrayaan 3 Mission: ଲ୍ୟାଣ୍ଡର ବିକ୍ରମର ସଫଳ ଲ୍ୟାଣ୍ଡି ପାଇଁ ପୂଜାର୍ଚ୍ଚନା

By ETV Bharat Odisha Team

Published : Aug 22, 2023, 6:44 PM IST

thumbnail

ହାଇଦ୍ରାବାଦ: ଚନ୍ଦ୍ର ରାଇଜରେ ପାଦ ଥାପିବା ପାଇଁ ଧୀରେ ଧୀରେ ଯୋଜନାବଦ୍ଧ ଭାବେ ଆଗକୁ ବଢୁଛି ଭାରତୀୟ ମହକାଶ ଗବେଷଣା ସଂସ୍ଥା(ଇସ୍ରୋ) । ଇସ୍ରୋ ମୁଖ୍ୟାଳୟରୁ ଚନ୍ଦ୍ରଯାନ-3 ଉପରେ ରଖାଯାଇଛି ନଜର ସହିତ ଯୋଗାଯୋଗ ।  ଇସ୍ରୋର ସୂଚନା ମୁତାବକ  ଚନ୍ଦ୍ରଯାନ-3ର ସମସ୍ତ ଯନ୍ତ୍ରାଂଶ ଠିକ କାର୍ଯ୍ୟ କରୁଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଯାହା ଯୋଜନା ହୋଇଥିଲା ସେହି ଯୋଜନାରେ ମିଶନ ଆଗକୁ ବଢୁଛି ।  ଲ୍ୟାଣ୍ଡର ସଠିକ ଭାବେ କାମ କରୁଛି । ସବୁ ଠିକଠାକ ରହିଲେ ଆସନ୍ତାକାଲି ହିଁ ଚନ୍ଦ୍ର ଛୁଇଁବ ଭାରତ। ଇସ୍ରୋ ରଚିବ ଇତିହାସ । ଚନ୍ଦ୍ରଯାନ-3ର ସଫ୍ଟ ଲ୍ୟାଣ୍ଡିକୁ ନେଇ ଦେଶବାସୀଙ୍କ ଜୋଶ ଏବେ ପୁରା ହାଇ ଥିବା ବେଳେ... ଇସ୍ରୋର  ସଫଳତା କାମନା କରି ସାରା ଦେଶରେ ପୂଜାର୍ଚ୍ଚନା ମଧ୍ୟ ଆରମ୍ଭ ହୋଇଯାଇଛି । ଚନ୍ଦ୍ରଯାନ-3ର ପ୍ରତିକୃତି ନିର୍ମାଣ କରି ସାରା ଦେଶର ବିଭିନ୍ନ ପ୍ରାନ୍ତରେ ଜାରି ରହିଛି ପୂଜାର୍ଚ୍ଚନା । ମନ୍ଦିର ଗୁଡିକରେ ଜଳୁଛି  ଅଖଣ୍ଡ ଦୀପ । ଲ୍ୟାଣ୍ଡର ବିକ୍ରମର ସଫଳ ଲ୍ୟାଣ୍ଡି ପ୍ରାର୍ଥନା କାମନା କରି  ସାରା ଦେଶର ବିଭିନ୍ନ ପ୍ରାନ୍ତରେ ଜାରି ରହିଛି ସ୍ବତନ୍ତ୍ର ପୂଜାର୍ଚ୍ଚନା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.