Chandrayaan-3: ସାମ୍ନାକୁ ଆସିଲା ଚନ୍ଦ୍ରୟାନ-3 ସାଟେଲାଇଟର ପ୍ରଥମ ଝଲକ, 13ରେ ଉତକ୍ଷେପଣ

By

Published : Jul 5, 2023, 4:53 PM IST

thumbnail

ହାଇଦ୍ରାବାଦ: ଚଳିତ ମାସ 13 ତାରିଖରେ ଉତକ୍ଷେପଣ ହେବାକୁ ଥିବା ଭାରତର ବହୁପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରାୟନ-3’ ପାଇଁ ଆଜିଠାରୁ ଯନ୍ତ୍ରାଂଶ ଏକତ୍ରୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରେ ଏହି ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଥିବା ଭାରତୀୟ ମହାକାଶ ଗବେଷଣ ସଂସ୍ଥା (ଇସ୍ରୋ) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଚନ୍ଦ୍ରୟାନ-3 ଉପଗ୍ରହକୁ LVM3 ରକେଟ ସହ ସଂଯୁକ୍ତ କରାଯିବ । ଏହି ପ୍ରକ୍ରିୟାରେ ମହାକାଶ ବିଜ୍ଞାନୀ, ଇଞ୍ଜିନିୟର ଓ ଟେକ୍ନିସିଆନ ନିୟୋଜିତ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Chandrayaan-3: ଜୁଲାଇ 13ରେ ଚନ୍ଦ୍ରାୟନ-3 ଲଞ୍ଚ

ଚଳିତମାସ 13 ତାରିଖରେ ଭାରତର ଏହି ବହୁପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରାୟନ-3’ ଉତକ୍ଷେପଣ ହେବ । 13 ତାରିଖ ଅପରାହ୍ନ 2.30 ରେ ଏହି ରକେଟ ଚନ୍ଦ୍ରପୃଷ୍ଠ ଅଭିମୁଖେ ଉତକ୍ଷେପଣ କରାଯିବ । ଯଦି ଏହି ବହୁପ୍ରତୀକ୍ଷିତ ମହାକାଶ ମିଶନ ‘ଚନ୍ଦ୍ରାୟନ-3’ ର ଉତକ୍ଷେପଣ ସଫଳ ହୁଏ, ତେବେ ଭାରତ ଏହି ସଫଳତା ପାଇବାରେ 4ର୍ଥ ଦେଶ ଭାବେ ମାନ୍ୟତା ହାସଲ କରିବ । ଏହାପୂର୍ବରୁ ଆମେରିକା, ଋଷ ଏବଂ ଚୀନ୍ ସେମାନଙ୍କର ମହାକାଶ ଯାନକୁ ଚନ୍ଦ୍ରରେ ଅବତରଣ କରିବାରେ ସକ୍ଷମ ହୋଇପାରିଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.