ନାଟକ ଚାଖି ଖୁଣ୍ଟିଆ: ବଖାଣିଲା ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ବିପ୍ଳବୀ ଓଡ଼ିଆ ପୁଅର ଗାଥା - ବିପ୍ଳବୀ ଓଡ଼ିଆ ପୁଅର ଗାଥା

🎬 Watch Now: Feature Video

thumbnail

By

Published : May 9, 2023, 10:00 PM IST

ବ୍ରହ୍ମପୁର: ଚାଖି ଖୁଣ୍ଟିଆ ଭଳି ଜଣେ ଓଡ଼ିଆ ବିପ୍ଲବୀଙ୍କ ଗାଥା ବଖାଣିଛି ବ୍ରହ୍ମପୁର ସହରର ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ ଆୟୋଜିତ ହୋଇଥିବା ୧୫ ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବରେ ପରିବେଷିତ ନାଟକ ଚାଖି ଖୁଣ୍ଟିଆ । ଭୁବନେଶ୍ବର ପଞ୍ଚମବେଦ ନାଟ୍ୟ ସଂସ୍ଥା ପକ୍ଷରୁ ପରିବେଷିତ ଏହି ନାଟକକୁ ପଦ୍ମଶ୍ରୀ ରଜତ କର ରଚନା କରିଥିବା ବେଳେ ପ୍ରକାଶ ମହାରଣା ନିର୍ଦ୍ଦେଶନା ଦେଇଥିଲେ । ଏହି ନାଟକ ଦର୍ଶକଙ୍କ ମନ ଛୁଇଁଥିବା ଦେଖିବାକୁ ମିଳିଥିଲା ।  

ନାଟକ ପୂର୍ବରୁ ଆୟୋଜିତ ଚତୁର୍ଥ ସନ୍ଧ୍ୟାରେ ମହୋତ୍ସବ କମିଟିର ଉପାଧ୍ୟକ୍ଷ ନାରାୟଣ ମହାଙ୍କୁଡ଼ଙ୍କ ସଭାପତିତ୍ୱରେ ସଭାରେ ଓଡିଶା ନାଟ୍ୟସଂଘର ସଭାପତି ହରେନ ସାହୁ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟଶ୍ରୀ ଫାଉଣ୍ଡେସନର ସଭାପତି ଭବାନୀ ଶଙ୍କର ମିଶ୍ର ଏବଂ ଗଞ୍ଜାମ ଜିଲ୍ଲା ହୋଟେଲ ସଂଘ ସଭାପତି ଉମାଚରଣ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।

ଏହା ବି ପଢନ୍ତୁ-  ୫ଟି ସଚିବଙ୍କ ହିଞ୍ଜିଳିକାଟୁ-ଶେରଗଡ ବ୍ଲକ ଗସ୍ତ, ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ତାଙ୍କ ପ୍ରକୃତ ନାମ ଚନ୍ଦନ ହଜୁର । ସାରା ଭାରତବର୍ଷରେ ସେ ଚାଖି ଖୁଣ୍ଟିଆ ଭାବେ ପରିଚିତ । ସେ ଜଣେ ଯୋଦ୍ଧା ଓ ମଲ୍ଲବୀର । ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଝାନ୍ସିରାଣୀ ଲକ୍ଷ୍ମୀବାଇଙ୍କ ଡାକରାରେ ୧୮୫୭ ମସିହାର ସିପାହୀ ବିଦ୍ରୋହରେ ସେ ଯୋଗଦେଇଥିଲେ । ଝାନ୍ସିରେ ଅନେକ ଜଗନ୍ନାଥ ଭକ୍ତଙ୍କ ଏକତ୍ରିତ କରି ସେ ଇଂରେଜମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ । ଯୁଦ୍ଧରେ ବନ୍ଦୀ ହୋଇ ଗୟା ଜେଲରେ ରହି ମୁକୁଳି ପରବର୍ତ୍ତୀ ଜୀବନ ପୁରୀରେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ନିଜକୁ ସମର୍ପି ସେ ଅନେକ କାଳଜୟୀ ଭଜନ ରଚନା କରିଥିଲେ । ୧୮୭୦ ମସିହାରେ ପୁରୀରେ ଏହି ମହାନ ସ୍ବାଧୀନତା ସଂଗ୍ରାମୀଙ୍କ ଦେହାବସାନ ହୋଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.