Independence Day2023: ସୀମା ଜଗିଛନ୍ତି ଯବାନ, ନିଶ୍ଚିତରେ ଦେଶ ପାଳିବ ସ୍ବାଧୀନତା ଦିବସ - Independence Day 2023
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/14-08-2023/640-480-19263820-thumbnail-16x9-vv.jpg)
ଜମ୍ମୁ: ରାତି ପାହିଲେ ଦେଶ ପାଳିବ ସ୍ବାଧୀନତାର 77 ବର୍ଷ । ଲାଲ କିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ବାଧୀନତା ଦିବସ ଅବସରେ କାଶ୍ମୀରରୁ କନ୍ୟାକୁମାରୀ କଚ୍ଛରୁ କୋହିମା ଯାଏଁ ସବୁଠି ଉତ୍ସାହ, ଉଦ୍ଦିପନା । ଚଳିତ ଅଗଷ୍ଟ ପନ୍ଦରକୁ ଆହୁରି ଟିକିଏ ଭବ୍ୟ ସ୍ମରଣୀୟ କରିବା ପାଇଁ ସାରା ଦେଶରେ ଚାଲିଛି ବିଭିନ୍ନ କାର୍ଯ୍ୟକ୍ରମ ।
ସାରା ଦେଶରେ ଗତକାଲି ଠାରୁ ଜାରି ରହିଛି ତ୍ରିରଙ୍ଗା ଯାତ୍ରା । ସ୍ବାଧୀନତା ଦିବସରେ ଦେଶବ୍ୟାପୀ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ପୁରା ଦେଶର ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରୁଛି ପୋଲିସ ପ୍ରଶାସନ । ସୀମାରେ ପାଟ୍ରୋଲିଂ କଡାକଡି କରୁଛନ୍ତି ଯବାନ । ଜଳ ସ୍ଥଳ ଓ ଆକାଶପଥରେ କଡା ନଜର ରଖିଛି ଭାରତୀୟ ସେନା ।
ଯେକୌଣସି ସ୍ଥିତିର ମୁକାବିଲା ପାଇଁ ଆଲର୍ଟରେ କମାଣ୍ଡୋ ବାହିନୀ । ଏହି ପରିପ୍ରେକ୍ଷୀରେ ଜାମ୍ମୁ କାଶ୍ମୀରରେ ସେନାକୁ ଆହୁରୀ ସତର୍କ କରାଯାଇଛି । ଘଞ୍ଚ ଜଙ୍ଗଲ ଠାରୁ, ଗିରିଶୃଙ୍ଗ ଯାଏଁ, ଜନବସତି ଠାରୁ ଜଳପୂର୍ଣ୍ଣ ନଦୀ ପର୍ଯ୍ୟନ୍ତ ସୀମା ସୁରକ୍ଷା ବଳ(ବିଏସଏଫ) ର ମହିଳା ଯବାନ ମାନେ କରୁଛନ୍ତି ପାଟ୍ରୋଲିଂ । ମହିଳା ଯବାନଙ୍କ ସହିତ ପୁରୁଷ ଯବାନ ମଧ୍ୟ ସୀମା ସୁରକ୍ଷାକୁ ନିଶ୍ଚିତ କରୁଛନ୍ତି । ଦେଖନ୍ତୁ ଜମ୍ମୁ କାଶ୍ମୀର ଅନ୍ତର୍ଜାତୀୟ ସୀମା ସହ ବିଭିନ୍ନ ନଦୀରେ ମହିଳା ଯବାନଙ୍କ ପାଟ୍ରୋଲିଂ।