thumbnail

By

Published : Jun 21, 2023, 4:39 PM IST

ETV Bharat / Videos

Assam flood: ଭୁଶୁଡିଲା ପୋଲ, ଦେଖନ୍ତୁ ଭିଡିଓ

ଗୌହାଟୀ: ଉତ୍ତର-ପୂର୍ବ ରାଜ୍ୟ ଆସମରେ ଜାରି ରହିଛି ବନ୍ଯା ବିପର୍ଯ୍ୟୟ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍‌ ମୌସୁମୀ ବର୍ଷା ପରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଆଜି ଆସାମର ନଲବାରୀରେ ଧାନଧାମାର ତାମୁଲପୁରକୁ ସଂଯୋଗ କରୁଥିବା ପଗଲାଦିୟା ନଦୀ ଉପରେ ଥିବା ଏକ ଫୋଲ ଭୁଶୁଡି ପଡିଛି । ଫଳରେ ଆଖପାଖ ଅଞ୍ଚଳରେ ଯାତାୟତ ପ୍ରଭାବିତ ହୋଇଛି ।

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA) ରିପୋର୍ଟ ଅନୁସାରେ ଚଳିତ ଲଗାଣ ପ୍ରାକ ମୌସୁମୀ ବର୍ଷାରେ ରାଜ୍ୟର 10ଟି ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଏଥିରେ ପ୍ରାୟ 37 ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ବିଶ୍ବନାଥ, ଦରଙ୍ଗ, ଘମୋଜି, ଦିବ୍ରୁଗଡ଼, ହୋଜଇ, ଲଖିମପୁର, ନାଗାଓଁ, ସୋନିତପୁର, ତିନସୁକିଆ ଓ ଉଦଲଗୁରି ଜିଲ୍ଲାଗୁଡ଼ିକ ପ୍ରବଳ ବର୍ଷାରେ ପ୍ରଭାବିତ ହୋଇଥିଲେ । ଏବେ ବର୍ଷା କମିବା ପରେ ସ୍ଥିତିରେ କ୍ରମଶଃ ସୁଧାର ଆସିବାରେ ଲାଗିଛି । ହେଲେ ଏବେ ମଧ୍ୟ ଦୁର୍ଦ୍ଦଶା କମିନି । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.