thumbnail

By

Published : Jun 16, 2023, 10:47 AM IST

ETV Bharat / Videos

ଆଜି ସରିବ ରଜ ମଉଜ, ଶେଷ ରଜରେ ବୌଦ୍ଧରେ ଜମିଲା ଆସର

ବୌଦ୍ଧ: ଓଡିଆ ସଂସ୍କୃତି ପରମ୍ପରାର ପର୍ବ ରଜ । ଏହି ତିନିଦିନିଆ ରଜ ପର୍ବର ଆଜି ଶେଷ ଦିନ । ଶେଷ ଦିନରେ ଖୁବ ଜମୁଛି ରଜ ମଉଜ । ବୌଦ୍ଧ ସହର ତଳିଆ ବସ୍ତିରେ କୁମାରୀ କନ୍ୟା, ଯୁବତୀଙ୍କ ସହିତ ମହିଳାମାନେ ବେଶ ଆନନ୍ଦ ଉଲ୍ଲାସର ସହିତ ରଜ ଦୋଳି ଖେଳି ଗୀତ ଗାଇବା ସହିତ ଖିଲିପାନର ମଜା ଉଠାଇଛନ୍ତି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ତରୁଣୀ ଓ ମହିଳାମାନେ ତିନି ଦିନ ଧରି ନାଚଗୀତର ମସଗୁଲ ରହିବା ସହିତ ପାରମ୍ପରିକ ପିଠାପଣାର ମଜା ନେଇଛନ୍ତି । ବୌଦ୍ଧ ସହରର ମହାନଦୀ କୂଳରେ ଥିବା ନୂଆସାହି ବସ୍ତିର ଯୁବତୀ ଓ ମହିଳା ମାନେ ରଜର ମଜା ନେଇଛନ୍ତି । ଦୋଳି ବାନ୍ଧି ଗୀତ ଗାଇ ରଜ ଉତ୍ସବ ପାଳନ କରିଛନ୍ତି । ଆଜି ରଜର ଶେଷ ଦିନ ଥିବାରୁ ତରୁଣୀମାନେ ବେଶ ଉତ୍ସାହର ସହିତ ନାଚଗୀତ କରି ରଜ ଉତ୍ସବ ପାଳନ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.