ବୋମା ଖାଇ ଗାଈ ଗୁରୁତର, ବାରହା ଶିକାର ପାଇଁ ଖଞ୍ଜାଯାଇଥିଲା ବୋମା ! - ବୋମା ଖାଇ ଗାଈ ଗୁରୁତର

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 13, 2024, 8:53 PM IST

Bomb Explodes in Cows Mouth: ଖୋର୍ଦ୍ଧା: ଗାଈ ଖାଇଦେଲା ବୋମା । ବୋମାକୁ ଚୋବାଇବାବେଳେ ପାଟିରେ ହେଲା ବିସ୍ଫୋରଣ । ଫଳରେ ଗାଈଟିର ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ସୂଚନା ଅନୁସାରେ, ବାର୍‌ହା ମାରିବାକୁ ଶିକାରୀ ଖଞ୍ଜିଥିଲେ ବୋଧା । ଯାହାକୁ ଖାଇବା ଫଳରେ ଗାଈର ଏଭଳି ଅବସ୍ଥା ହୋଇଛି । ଏଭଳି ଅଭାବନୀୟ ଘଟଣା ଖୋର୍ଦ୍ଧା ଜିଲ୍ଲା ଫାସିଓଦା ପଞ୍ଚାୟତ ଅନ୍ତର୍ଗତ କୁଶୁପଲ୍ଲା ଗ୍ରାମରେ ଘଟିଯାଇଛି । 

ସୂଚନା ଅନୁସାରେ, କୁଶୁପଲ୍ଲାର ନାରାୟଣ ଭୋଳ ପାଞ୍ଚଗଡ଼ ସଂରକ୍ଷିତ ଜଙ୍ଗଲ ନିକଟକୁ ଗାଈ ଚରାଇବା ପାଇଁ ନେଇଥିଲେ । ଘାସ ଭିତରେ ବାରହା ଶିକାର ପାଇଁ ଶିକାରୀ ଲୁଚାଇ ରଖିଥିବା ବୋମାକୁ ଗାଈଟି ଖାଇଦେଇଥିଲା । ଫଳରେ ବୋମା ଫୁଟି ଗାଈଟିର ପାଟି କ୍ଷତାକ୍ତ ହୋଇଯାଇଛି । ଖବର ପାଇ ସ୍ଥାନୀୟ ଲୋକେ ଗାଈକୁ ଗାଁକୁ ଆଣିବା ପରେ ପଶୁ ଡାକ୍ତର ପହଞ୍ଚି ଚିକିତ୍ସା କରିଥିଲେ। ବର୍ତ୍ତମାନ ଗାଈଟିର ଅବସ୍ଥା ସଙ୍କଟାପନ୍ନ ଅଛି ।

ଏହା ମଧ୍ୟ ପଢନ୍ତୁ...ଏକାସଙ୍ଗେ ୪୪ ସ୍କୁଲକୁ ବିସ୍ଫୋରଣରେ ଉଡାଇବାକୁ ଧମକ, ଛାନଭିନ କଲା ସନ୍ଧାନୀ କୁକୁର

ଅଞ୍ଚଳରେ ବେଆଇନ ଭାବେ ବାର୍‌ହା ଶିକାର ପାଇଁ ବୋମା ଏବଂ କରେଣ୍ଟ ଲଗାଯାଉଥିବାବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । ତେବେ କିଏ ଏହି ବୋମା ଖଞ୍ଜି ଥିଲା, ତାହା ଜଣାପଡିନାହିଁ । ଏହାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଥିବାବେଳେ  ଶିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।
ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.