ରାଉରକେଲାରେ ବଲିଉଡ ସୁପରଷ୍ଟାର ରଣବୀର କପୁର

By

Published : Apr 18, 2023, 10:23 PM IST

thumbnail

ରାଉରକେଲା: ଷ୍ଟିଲସିଟି ରାଉରକେଲାରେ ବଲିଉଡ଼ ଷ୍ଟାର ରଣବୀର କପୁର । ଏକ ନିର୍ଦ୍ଦିଷ୍ଟ ଶୋ ରୁମ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ରାଉରକେଲା ଆସିଥିଲେ । ରଣବୀରଙ୍କ ଗସ୍ତ ନେଇ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏହି ଲୋକପ୍ରିୟ ଅଭିନେତାଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା । ବଲିଉଡ ସୁପରଷ୍ଟାର ରଣବୀର କପୁର ଫ୍ୟାନ୍ସମାନଙ୍କ ସହ ଫଟୋ ଉଠାଇବା ସହ ଅଟୋଗ୍ରାଫ ଏବଂ ହାତ ମିଳାଇଥିଲେ । ପ୍ରବଳ ଖରାରେ ମଧ୍ୟ ରଣବୀରଙ୍କୁ ଦେଖା କରିବା ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ରଣବୀର ରଣବୀର ଧ୍ୱନିରେ ପରିକମ୍ପିତ ହୋଇଥିଲା ସିଭିଲ ଟାଉନ ଶିପ । ପ୍ରଥମେ ଓଡ଼ିଆରେ ନିଜ ଫ୍ୟାନ୍ସ ମାନଙ୍କୁ ନମସ୍କାର କହି ଆରମ୍ଭ କରିଥିଲେ ଭାଷଣ । ପ୍ରଥମ କରି ଓଡ଼ିଶା ରାଉରକେଲାକୁ ଆସି ବହୁତ ଭଲ ଲାଗୁଛି ବୋଲି ରଣବୀର କପୁର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଫ୍ୟାନ୍ସଙ୍କ ଠାରୁ ଏତେ ଭଲ ପାଇବା ମିଳିଛି ସେଥିପାଇଁ ବହୁତ ଖୁସି ।  

ଇଟିଭି ଭାରତ, ରାଉରକେଲା 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.