ନବରଙ୍ଗପୁରରେ ଦିଆଲି ପର୍ବ ପାଇଁ ବୋଲେଇନି ଯାତ୍ରା ଅନୁଷ୍ଠିତ - ଦିଆଲି ପର୍ବ
🎬 Watch Now: Feature Video
Published : Dec 31, 2023, 11:07 AM IST
Diali festival: ନବରଙ୍ଗପୁର: କୃଷିଭିତ୍ତିକ ପାରମ୍ପରିକ ପର୍ବ ଦିଆଲି । ଯେଉଁ ପର୍ବରେ ନବରଙ୍ଗପୁର ଜିଲ୍ଲାର ଆଦିବାସୀମାନେ ଗୋ-ମାତାଙ୍କୁ ପୂଜା କରିଥାନ୍ତି । ବର୍ଷକର ପ୍ରଥମ ଫସଲକୁ ପ୍ରସାଦ ଆକାରରେ ଗୋ-ମାତାଙ୍କ ପାଖରେ ପୂଜା କରିଥାନ୍ତି । ଯାହାକୁ ଦିଆଲି ବୋଲି କୁହାଯାଏ । ତେବେ ନବରଙ୍ଗପୁରର ତାରାଗାଁରେ ଆସନ୍ତା ୩ ତାରିଖରେ ଦିଆଲି ପର୍ବ ପାଳନ ହେବାକୁ ଯାଉଛି । ଏନେଇ ଗତକାଲି(ଶନିବାର) ତାରାଗାଁରେ ବୋଲେଇନି ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗ୍ରାମରେ ଯେକୌଣସି ପର୍ବ ପାଳନ ପୂର୍ବରୁ ବୋଲାଇନି ଯାତ୍ରା କରାଯିବାର ପରମ୍ପରା କେଉଁ ଅନାଦି କାଳରୁ ଚାଲିଆସିଛି ।
ଏହା ମଧ୍ୟ ପଢନ୍ତୁ- କୁରାଳ ପଞ୍ଚମୀ ପାଇଁ ତଣ୍ଡାଗୁଡା ଉତ୍ସବମୁଖର, ଇଷ୍ଟ ପୂଜା କରୁଛନ୍ତି କୁମ୍ଭକାର ପରିବାର
ବୋଲାଇନି ଯାତ୍ରା ଲାଗି କୁସୁମ ଗଛର କାଠରେ ବଢେଇଙ୍କ ଦ୍ୱାରା ଛୋଟିଆ ରଥ ନିର୍ମାଣ କରାଯାଇ ପ୍ରଥମେ ଗ୍ରାମର ଭୀମା ଗୁଡ଼ିରେ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ସେହି ରଥକୁ ଗ୍ରାମର ଶେଷ ମୁଣ୍ଡରେ ନିଆଯାଇଥିଲା । ଗ୍ରାମର ଶେଷ ମୁଣ୍ଡରେ ଛୋଟିଆ ରଥକୁ ରଖାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଗାଁର ପୂଜାରୀ, ଦିଶାରୀ, ଚାଲାଣ,ଗଣ୍ଡା, ଗୌଡ଼ଙ୍କ ଦ୍ୱାରା ଏହାକୁ ପୂଜା କରାଯାଇଥିଲା । 21 ଗୋଟି ନଡ଼ିଆ, 21 ଗୋଟି ମୁଆଁ ଲଡୁ ସହିତ ଫୁଲ, ସିନ୍ଦୁର, ପଣାପାଣି ଅର୍ପଣ କରାଯାଇ ଗୋଟିଏ ହଂସ ବଳି ଦେଇ ପୂଜାର୍ଚ୍ଚନା ହୋଇଥିଲା । ଏହି ବୋଲାଇନି ଯାତ୍ରା କରାଯିବା ଦ୍ୱାରା ଗ୍ରାମବାସୀଙ୍କ ସମେତ ଗୃହପାଳିତ ପଶୁପକ୍ଷୀଙ୍କ ମଙ୍ଗଳ ହୋଇଥାଏ ବୋଲି ଗ୍ରାମବାସୀଙ୍କ ମନରେ ବିଶ୍ୱାସ ରହିଛି ।
ଇଟିଭି ଭାରତ, ନବରଙ୍ଗପୁର