thumbnail

By

Published : Jun 4, 2023, 8:09 AM IST

ETV Bharat / Videos

ଟ୍ରେନ ଦୁର୍ଘଟଣା, ଆତ୍ମାର ସଦ୍‌ଗତି କାମନା କରି ବିଜେପିର ଦୀପଦାନ

ଭୁବନେଶ୍ବର: ବାଲେଶ୍ୱର ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଲିଭି ଯାଇଛି ଅନେକ ଜୀବନ ଦୀପ । ପ୍ରିୟଜନଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ସମ୍ପର୍କୀୟ । ଟ୍ରେନ ଯାତ୍ରା ପାଲଟିଲା ମହାଯାତ୍ରା ।  କିଏ ସ୍ବାମୀକୁ ହରାଇଛି ତ ଆଉ କିଏ ମୃତଦେହର ପାହଡ ତଳୁ ପୁଅକୁ ଖୋଜୁଛି । ଏପର୍ଯ୍ୟନ୍ତ ନିଜ ସମ୍ପର୍କୀୟଙ୍କୁ ମଧ୍ୟ କେହି କେହି ଖୋଜି ପାଇନାହାନ୍ତି । କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ବର୍ତ୍ତମାନ ସୁଦ୍ଧା 288 ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ଦେଶ ବିଦଶରୁ ମୃତକଙ୍କ ପରିବାରକୁ ସମେବେଦାନର ସୁଅ ଛୁଟିଛି । ଏହି କ୍ରମରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଭୁବନେଶ୍ୱର ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ସାମୁହିକ ଦୀପଦାନ କରାଯାଇଛି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ବିଶେଷ ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି । ଏଥିରେ ବିଜେପିର ସମସ୍ତ କର୍ମକର୍ତ୍ତାମାନଙ୍କ ସାଧାରଣ ଜନତା ସାମିଲ ହୋଇଥିଲେ । ଅନ୍ୟପଟେ ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ତରଫରୁ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ଦୀପଦାନ କରାଯାଇଛି । ସେହିପରି କିନ୍ନର ସମାଜ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ସମୁହ ଦୀପଦାନ କରିଥିଲେ । 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.