Padmapur ByPoll: ଚାଷୀଙ୍କ ସହ ଅଛି ବିଜେପି, ବିଜୟ ନେଇ ପ୍ରଦୀପଙ୍କ ଦମ୍ଭୋକ୍ତି

By

Published : Nov 17, 2022, 4:29 PM IST

Updated : Feb 3, 2023, 8:32 PM IST

thumbnail
ଆଜି ପଦ୍ମପୁର ଉପ ଉପନିର୍ବାଚନ (Padmapur ByPoll) ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ । ୩ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ କହିଛନ୍ତି ଯେ, ବିଜେପି ଚାଷୀଙ୍କ ହିତରେ ଅଛି । ଆଉ ପଦ୍ମପୁର ବାସୀ ଏଥର ବିଜେପି ସମର୍ଥନରେ ଜନମତ ରଖିବେ । ପୂର୍ବରୁ ବିଜେପି ପକ୍ଷରୁ ନାମାଙ୍କନ ପତ୍ର ଦାଖଲ ହେବାକୁ ଥିବା ବେଳେ ଫସଲବୀମା ଜନିତ ସମସ୍ୟା ପାଇଁ ଚାଷୀ ସଙ୍ଗଠନର ଅନୁରୋଧ କ୍ରମେ ନାମାଙ୍କନ ଦାଖଲ ହୋଇନଥିଲା । ତେବେ ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଏହି ସମସ୍ୟା କିଛି ପରିମାଣରେ ହ୍ରାସ ପାଇଛି । ତେଣୁ ଆଜି ବିଜେପି ପକ୍ଷରୁ ନାମାଙ୍କନ ଦାଖଲ ହେବ । ଅନ୍ୟପଟେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ବିଜେଡି ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ଉପରେ ସ୍ଥାନୀୟ ଲୋକ ପ୍ରଭାବିତ ହେବେ ନାହିଁ ବୋଲି କହିଛନ୍ତି ପ୍ରଦୀପ । ପୂର୍ବରୁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ପୁରା ହୋଇନାହିଁ ବୋଲି କହିଛନ୍ତି ପ୍ରଦୀପ । ଅନ୍ୟପଟେ ବିଜେଡି ଯାହାକୁ ପ୍ରାର୍ଥୀ ଦେଲେ ମଧ୍ୟ ତାହା ବିଜେପି ଉପରେ ପ୍ରଭାବ ପକାଇବ ନାହିଁ ବୋଲି ସେ କହିଛନ୍ତି । ଇଟିଭି ଭାରତ, ବରଗଡ଼
Last Updated : Feb 3, 2023, 8:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.