Train Mishap: ମୃତକଙ୍କୁ ଶ୍ରଦ୍ଧାଞ୍ଜଳି, ବିଜେଡିର ସମୂହ ଦୀପଦାନ
🎬 Watch Now: Feature Video
ଭବାନୀପାଟଣା: ବାହାନଗାର ଭୟଙ୍କର ଟ୍ରେନ ଟ୍ରାଜେଡିରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ଜିଲ୍ଲା ବିଜେଡି । କଳାହାଣ୍ଡି ବିଜୁ ଜନତା ଦଳ ପକ୍ଷରୁ ଭବାନୀପାଟଣାଠାରେ ୧୦୮ ଦୀପ ଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଭବାନୀପାଟଣା ଜଗନ୍ନାଥ ମନ୍ଦିରରେ ବିଜେଡି ନେତା ଓ କର୍ମୀ ସାମିଲ ହୋଇ ୧୦୮ ଦୀପ ଦାନ କରି ଗୁରୁତରମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ପୌର ଅଧକ୍ଷା ସଂଯୁକ୍ତା ବେହେରା, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ବିଜୁ ମହିଳା ଜନତା ଦଳ ଜିଲ୍ଲା ସଭାନେତ୍ରୀ ଲଳିତା ନାଏକ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ଅଭିନାଶ ଠାକୁର, ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ଆଦିତ୍ୟ ନନ୍ଦଙ୍କ ସମେତ ଅନେକ ବିଜେଡି ମେତା ଓ କର୍ମୀ ଉପସ୍ଥିତ ଥିଲେ । ସେହିପରି ଜୁନାଗଡ଼ ବିଜୁ ଷ୍ଟାଡିୟମଠାରେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜୁନାଗଡ଼ ବିଜୁ ଷ୍ଟାଡିୟମଠାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଖେଳାଳିମାନେ ସାମିଲ ହୋଇ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତ ପବିତ୍ର ଆତ୍ମାର ସଦଗତି କାମନା କରିବା ସହ ଗୁରୁତରମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।
ଇଟିଭି ଭାରତ, କଳାହାଣ୍ଡି