ସମ୍ବଲପୁରରେ ଜନସମ୍ପର୍କ ପଦଯାତ୍ରା ପୂର୍ବରୁ ବିଜେଡିର ପ୍ରସ୍ତୁତି, ଏକଜୁଟ ହୋଇ ଲଢିବାକୁ ଆହ୍ବାନ - 15 ତାରିଖରେ ସମ୍ବଲପୁରରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା
🎬 Watch Now: Feature Video

Published : Oct 14, 2023, 2:25 PM IST
ସମ୍ବଲପୁର: ଆସନ୍ତା 15 ତାରିଖରେ ସମ୍ବଲପୁରରେ ହେବ ଜିଲ୍ଲା ବିଜେଡିର ଜନ ସମ୍ପର୍କ ପଦଯାତ୍ରା l ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଏହି ପଦଯାତ୍ରାରେ ସମ୍ବଲପୁର ଜିଲ୍ଲା ବିଜେଡିକୁ ଏକଜୁଟ କରି ରଖିବା ରାଜ୍ୟ ବିଜେଡି ପାଇଁ ଏକ ବଡ ଆହ୍ୱାନ ପାଲଟିଛି l ଏଭଳି ସ୍ଥିତିରେ ଏହି ପଦଯାତ୍ରା ପୂର୍ବରୁ ସମ୍ବଲପୁରରେ ଏକ ବଡ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଏକଜୁଟ ହୋଇ କାମ କରିବା ପାଇଁ ବିଜେଡିର ହେଭିଓ୍ବେଟ ନେତା ଦଳୀୟ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ।
ଏହାମଧ୍ୟ ପଢନ୍ତୁ..BJD Executive Meeting: ବିଧାନସଭା ନିର୍ବାଚନ ପାଇଁ ପାଗ ଭିଡା, ନିଆଳିରେ ବିଜେଡି ବୈଠକ
ତେବେ ସମ୍ବଲପୁର ରାଧାନାଥ ରଥ କମ୍ୟୁନିଟି ହଲରେ ବିଜେପି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । 2ଟି ପର୍ଯ୍ୟାୟରେ ଏହି ବୈଠକ ହୋଇଥିବା ବେଳେ ଆଗାମୀ ନିର୍ବାଚନରେ ସମ୍ୱଲପୁରର 4ଟି ଯାକ ଆସନରେ ବିଜେଡିର ବାଜିମାତ କିଭଳି ହେବ ସେନେଇ ଆଲୋଚନା ହୋଇଥିଲା । ସମସ୍ତଙ୍କୁ ଏକଜୁଟ ହୋଇ କାମ କରିବା ପାଇଁ ନେତାମାନେ ଆହ୍ବାନ ଦେଇଥିଲେ । ଏହି ବୈଠକ ପରେ ନେତା ଓ କର୍ମୀମାନଙ୍କ ମଧ୍ୟ ଆଉ ଏକ ରୁଦ୍ଧଦ୍ୱାର ବୈଠକ ହୋଇଥିଲା l ଯେଉଁଥିରେ କି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ସମସ୍ତ କର୍ମୀ ଓ ନେତାଙ୍କୁ ଯେକୌଣସି ପରିସ୍ଥିତିରେ ଦଳକୁ ସଂଗଠିତ କରିବାକୁ ପରାମର୍ଶ ଦେଇଥିବା ନେଇ ସୂଚନା ମିଳିଛି l
ଏହାମଧ୍ୟ ପଢନ୍ତୁ..କେନ୍ଦ୍ରାପଡାରେ ସଂଗଠନ ସୁଦୃଢ ପାଇଁ ବିଜେଡିିର ରୋଡମ୍ୟାପ୍
ତେବେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସମେତ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୁଜାରୀ, କୁଚିଣ୍ଡା ବିଧାୟକ କିଶୋର ନାଏକ ଓ ଜିଲ୍ଲା ବିଜେଡିର ପ୍ରମୁଖ ନେତା ଓ କର୍ମକର୍ତ୍ତା ସାମିଲ ହୋଇଥିଲେ l
ସୂଚନାଯୋଗ୍ୟ, ଗତ ନିର୍ବାଚନରେ ସମ୍ବଲପୁର ଜିଲ୍ଲା ବିଜେଡିର ଅନ୍ତଃକଳହ ଯୋଗୁଁ ସମ୍ବଲପୁର ଓ ରେଙ୍ଗାଲି ସିଟରେ ବିଜେଡି ପରାଜିତ ହୋଇଥିଲା l ତା' ପରଠାରୁ ଜିଲ୍ଲା ବିଜେଡିରେ 2 ଗୋଷ୍ଠୀ ଦେଖାଯାଇଥିଲା । ତେବେ କିଛି ମାସ ପୂର୍ବରୁ ପ୍ରଣବ ପ୍ରକାଶ ଦାସଙ୍କ ସମ୍ବଲପୁର ଗସ୍ତ ସମୟରେ ଏନେଇ ସ୍ପଷ୍ଟ ଜଣାପଡିଥିଲା । ତେବେ ଆଗାମୀ ନିର୍ବାଚନ ପୂର୍ବରୁ ସମ୍ବଲପୁର ଜିଲ୍ଲା ବିଜେଡିକୁ ସଂଗଠିତ କରିବା ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ନିରଞ୍ଜନ ପୁଜାରୀ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ପ୍ରମୁଖ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ l
ଇଟିଭି ଭାରତ, ସମ୍ବଲପୁର