ବାବା ଶ୍ୟାମଙ୍କ ଜନ୍ମ ମହୋତ୍ସବ; ୧୦୧ ଝଣ୍ଡା ଧରି ଭଟଲି ଯାତ୍ରା କଲେ ଶ୍ରଦ୍ଧାଳୁ - ବରଗଡ ନ୍ୟୁଜ
🎬 Watch Now: Feature Video
Published : Nov 25, 2023, 10:47 AM IST
ବରଗଡ: ବାବା ଶ୍ୟାମଙ୍କ ଜନ୍ମ ଉତ୍ସବ ଅବସରରେ ୧୦୧ ଝଣ୍ଡା ଧରି ବରଗଡ଼ରୁ ଭଟଲି ଯାତ୍ରା କଲେ ଶ୍ୟାମ ଭକ୍ତ । ଏନେଇ ଭକ୍ତଙ୍କ ପାଇଁ ବିଛା ଯାଇଥିଲା ୧୦ କିଲୋମିଟର ପର୍ଯ୍ୟନ୍ତ କାରପେଟ୍ । ତେବେ ବରଗଡ଼ ଜିଲ୍ଲା ଭଟଲି ଠାରେ ଅବସ୍ଥିତ ବାବା ଶ୍ୟାମ ମନ୍ଦିର ରାଜସ୍ଥାନର ଖାଟୁ ନରେଶଙ୍କ ପରେ ଭାରତରେ ସର୍ବବୃହତ ଶ୍ୟାମ ମନ୍ଦିର ଭାବରେ ଜଣାଶୁଣା ଅଟେ । ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ବାବା ଶ୍ୟାମଙ୍କ ଜନ୍ମ ମହୋତ୍ସବ ବହୁତ ଧୁମଧାମରେ ପାଳନ ହୋଇଥାଏ । ଭାରତର ଅନେକ ପ୍ରାନ୍ତରୁ ଶ୍ୟାମ ଭକ୍ତମାନେ ଆସି ବରଗଡ଼ରେ ଏକତ୍ରିତ ହୁଅନ୍ତି l ପୂର୍ବଦିନ ଭଜନ କିର୍ତ୍ତନର ଆସର ଜମିଥାଏ ଓ ପରବର୍ତ୍ତୀ ଦିନ ଭୋରରୁ ଝଣ୍ଡା ନେଇ ଶ୍ୟାମ ଭକ୍ତମାନେ ବରଗଡରୁ ଭଟଲି ଦୀର୍ଘ ୧୮ କିଲୋମିଟର ପର୍ଯ୍ୟନ୍ତ ଚାଲି ଚାଲି ଯାଇଥାନ୍ତି । ଏହି ପଦଯାତ୍ରାରେ ଛୋଟ ଛୁଆ ଠାରୁ ବୃଦ୍ଧା ପର୍ଯ୍ୟନ୍ତ ଉଭୟ ମହିଳା ଓ ପୁରୁଷ ସାମିଲ ହୋଇଥିଲେ l
ଏହା ମଧ୍ୟ ପଢନ୍ତୁ- ଉଷା କୁଠୀରେ କୈଳାସୀ ଯାତ୍ରା, ପାରମ୍ପରିକ ଧୁନକେଲୀ ବାଦ୍ୟ ପରିବେଷଣ
ଚଳିତ ବର୍ଷ ଏହି ଝଣ୍ଡା ଯାତ୍ରାରେ ଏକ ନିଆରା କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା l ବରଗଡରୁ ହେପି ଗ୍ରୁପର ଜଣେ ସଦସ୍ୟ ଶ୍ୟାମ ଭକ୍ତ ଆକାଶ ଅଗ୍ରୱାଲ ବାବାଙ୍କ ଶ୍ରଦ୍ଧାରେ ୧୦୧ ଗୋଟି ଝଣ୍ଡା ଏକାକି ବୋହି ବରଗଡ଼ରୁ ଭଟଲି ପଦଯାତ୍ରା କରି ପହଞ୍ଚିଥିଲେ । ଯାହାକୁ ନେଇ ପ୍ରତ୍ୟେକ ଶ୍ୟାମ ଭକ୍ତଙ୍କ ମନରେ ଏକ ପ୍ରକାରର ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଥିଲା । ଆକାଶ ଅଗ୍ରୱାଲ ଭଟଲି ସ୍ଥିତ ଶ୍ୟାମ ମନ୍ଦିର ପରିସରରେ ପହଞ୍ଚିବା ପରେ ତାଙ୍କୁ ଢୋଲ, ବାଜା ବଜାଇ ଶ୍ୟାମ ଧୁନରେ ନାଚି ନାଚି ଭକ୍ତମାନେ ତାଙ୍କୁ ସ୍ବାଗତ କରିବା ସହ ମନ୍ଦିର ପରିସରକୁ ପାଛୋଟି ନେଇଥିଲେ । ମୁଖ୍ୟତଃ ହିନ୍ଦୁ ଧର୍ମର ଲୋକେ ବାବା ଶ୍ୟାମଙ୍କୁ ଆରାଧନା କରୁଥିବା ବେଳେ ବାବାଙ୍କ ପ୍ରତି ସମସ୍ତଙ୍କର ମନରେ ଅନେକ ବିଶ୍ୱାସ ରହିଛି ।
ଇଟିଭି ଭାରତ, ବରଗଡ