ମଞ୍ଚରେ ତଳେ ପଡିଗଲେ ବାଇଡେନ, କଟାକ୍ଷ କଲେ ଟ୍ରମ୍ପ - ମଞ୍ଚରେ ପଡିଗଲେ ବାଇଡେନ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/640-480-18654785-thumbnail-16x9-biden.jpg)
ୱାଶିଂଟନ: ମଞ୍ଚରେ ପଡିଗଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସଭାମଞ୍ଚରୁ ଫେରୁଥିବା ବେଳେ ଝୁଣ୍ଟି ପଡିଲେ । ଯାହାର ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଗୁରୁବାର ଆମେରିକା କୋଲୋରାଡୋରେ ବାୟୁସେନା ଏକାଡେମୀର କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ଘଟଣାଟି ଘଟିଛି । ୮୦ ବର୍ଷୀୟ ବାଇଡେନ ଷ୍ଟେଜ ଉପରେ ସ୍ନାତକମାନଙ୍କୁ ଡିପ୍ଲୋମା ପ୍ରଦାନ କରି ଫେରୁଥିବା ବେଳେ ହଠାତ୍ ଝୁଣ୍ଟ ତଳେ ପଡିଯାଇଥିଲେ । ସଙ୍ଗେ ସଙ୍ଗେ ସୁରକ୍ଷାକର୍ମୀ ତାଙ୍କୁ ଉଠାଇ ନେଇଥିଲେ । ଯାହାକି ଭିଡିଓରେ ଦେଖାଯାଇଛି ।
ଏନେଇ ହ୍ବାଇଟ ହାଉସ କମ୍ୟୁନିକେସନ ଡାଇରେକ୍ଟର ବେନ ଲାବୋଲ୍ଟ ଟ୍ବିଟ କରିଛନ୍ତି, ରାଷ୍ଟ୍ରପତିଙ୍କୁ କୌଣସି ଆଘାତ ଲାଗିନି । ମଞ୍ଚରେ କରମର୍ଦ୍ଦନ କରି ଫେରୁଥିବା ବେଳେ ସେଠାରେ ଥିବା ଏକ ବାଲିବସ୍ତାରେ ଝୁଣ୍ଟି ପଡିଥିଲେ । ଉକ୍ତ ବାଲିବସ୍ତା ଟେଲିପ୍ରଣ୍ଟର ବ୍ୟବହାର ପାଇଁ ଥୁଆ ହୋଇଥିଲା । ବାଇଡେନ ତଳେ ପଡିଯିବାର ଭିଡିଓକୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ବିଟ୍ କରି କଟାକ୍ଷ କରିଛନ୍ତି । ସେ କହିଛନ୍ତି, ଜୋ ବାଇଡେନ ମାନସିକ ସ୍ତରରେ ଅସୁସ୍ଥ ଥିବାବେଳେ ଏବେ ଚାଲିବାକୁ ମଧ୍ୟ ଅସମର୍ଥ ।