thumbnail

By

Published : Sep 16, 2022, 9:30 PM IST

Updated : Feb 3, 2023, 8:28 PM IST

ETV Bharat / Videos

ରାଜଧାନୀ ଆକାଶରେ ବାୟୁସେନାର ଏୟାର ସୋ ଜଲୱା, ଅଭିଭୂତ ଦେଖଣାହାରୀ

ଭୁବନେଶ୍ବର: ସମୟ ଯେତିକି ପାଖଉଥିଲା ଲୋକଙ୍କ ମଧ୍ୟରେ ଉତ୍ସାହ ସେତିକି ବଢିଥିଲା । ଯେତେବେଳେ ଆକାଶ ମାର୍ଗରେ ବାୟୁସେନାର ବିମାନ ଗର୍ଜିବା ଆରମ୍ଭ କରିଥିଲା ସେତେବେଳେ ଦେଖଣାହାରୀଙ୍କ ଲୋମ ଟାଙ୍କୁରି ଉଠିଥିଲା । ନୀଳ ଆକାଶ ମଧ୍ୟରେ ୯ଟି ହକ୍‌ ବିମାନ କେତେବେଳେ ଲୁଚକାଳି ଖେଳୁଥିଲା ତ କେତେବେଳେ ବାଦଲ ଛାତି ଚିରି ବାହାରି ଆସୁଥିଲେ । ବାୟୁସେନାର ଚିତ୍ତାକର୍ଷକ ଏୟାର ସୋ' (Air show in Bhubaneswar) ଦେଖି ବିମୋହିତ ହୋଇପଡ଼ିଛନ୍ତି ରାଜଧାନାବାସୀ । ଆଜାଦି କା ଅମୃତ ମହୋତ୍ସବ (Azadi Ka Amrit Mahotsav) ଅବସରରେ କୁଆଖାଇ ନଦୀପଠାରେ ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ରଣ କୌଶଳ ଦେଖାଇଛି ବାୟୁସେନା (IAF Aerobatic Show)। ନୀଳ ଆକାଶରେ ଶହ ଶହ ଫୁଟ ଉଚ୍ଚରେ ଏରୋବେଟିକ ସୋ' ଦେଖାଇଥିଲେ ବାୟୁବୀର । ଏହି ସୋ ଦେଖିବା ଲାଗି ପ୍ରବଳ ଉତ୍ସାହର ସହିତ କୁଆଖାଇ ନଦୀପଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ ଜମିଥିଲା ୫୦ ହଜାର ଲୋକଙ୍କ ଗହଳି ଜମିଥିଲା । ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ
Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.