thumbnail

By

Published : Nov 9, 2022, 6:44 PM IST

Updated : Feb 3, 2023, 8:31 PM IST

ETV Bharat / Videos

ରାଜଧାନୀରେ ଜମିଲା ଛାଡ଼ଖାଇ, ବୋହିନେଲେ ଟ୍ରକ ଟ୍ରକ ମାଛ ସାଙ୍ଗକୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଂସ

ଭୁବନେଶ୍ବର : ରାଜଧାନୀରେ ଜମିଲା ଛାଡ଼ଖାଇ । ବିକ୍ରି ହେଲା ଟ୍ରକ ଟ୍ରକ ମାଛ କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଂସ । ମାସକ ଯାକ ଆମିଷ ଖାଇନଥିବା ଲୋକ ଆଜି ପାଳୁଛନ୍ତି ଛାଡଖାଇ । ଏହାକୁ ନଜରରେ ରଖି ବଜାରକୁ ଆସିଛି ଭିନ୍ନଭିନ୍ନ ପ୍ରକାରର ମାଛ, ଚିଙ୍ଗୁଡ଼ି, କଙ୍କଡା । କିନ୍ତୁ ଡିମାଣ୍ଡରେ ରହିଥିଲା ଖାସି ମାଂସ । ମଟନ କିଲୋ ପିଛା ୮୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଦେଶୀ କୁକୁଡ଼ା ଗୋଟା ୪୫୦ ଟଙ୍କା, ବ୍ରଏଲର ଚିକେନ କିଲୋ ପିଛା ୨୫୦, ଭାକୁର ମାଛ କିଲୋ ପିଛା ୨୦୦, ରୋହି କିଲୋ ୧୮୦ ଏବଂ ପାମ୍ପଲେଟ ୧୦୦୦ ଟଙ୍କାରେ ବିକ୍ରି ହେଉଛି । ଖାଲି ମାଛ କିମ୍ବା ମାଂସ ନୁହେଁ ବରଂ ବାଗଦା ଚିଙ୍ଗୁଡ଼ି କିଲୋ ପିଛା ୪୦୦ ରୁ ୬୦୦ ଟଙ୍କା । କଙ୍କଡ଼ା କିଲୋ ପିଛା ୪୦୦ରୁ ୧୫୦୦ଟଙ୍କାରେ ଆଜି ବିକ୍ରି ହୋଇଛି । ଆମିଷ ଖାଇବା ପାଇଁ ଆଜି ବାର ଅନୁକୂଳ ଥିବାରୁ ବେପାର ଜୋର ଧରିଥିଲା । ବିକ୍ରି ହେଲା ଟ୍ରକ ଟ୍ରକ ମାଛ ସାଙ୍ଗକୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଂସ । ମାସ ତମାମ ହାତବାନ୍ଧି ବସିଥିବା ମାଛ, ମାଂସ ଓ କୁକୁଡା ବେପାରୀ ମନ ଇଚ୍ଛା ଦର କଷିଥିଲେ । ଏହାକୁ ନଜରରେ ରଖି ଭୁବନେଶ୍ୱର ବଜାରକୁ ୮ଟ୍ରକ୍ ରୁ ଅଧିକ ମାଛ ଏବଂ କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଂସ ଆସିଥିଲା ବୋଲି କହିଛନ୍ତି ବ୍ୟବସାୟୀ । ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.