thumbnail

By

Published : Jun 8, 2023, 12:51 PM IST

ETV Bharat / Videos

ଦୂର ହେବ ରକ୍ତ ଅଭାବ ସମସ୍ୟା, ବ୍ରହ୍ମପୁର ପ୍ରେସ କ୍ଲବ ପକ୍ଷରୁ ରକ୍ତଦାନ ଶିବିର

ବ୍ରହ୍ମପୁର: ରକ୍ତର ଅଭାବ ପୂରଣ ପାଇଁ ବ୍ରହ୍ମପୁରର ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଗ୍ରୀଷ୍ମପ୍ରବାହ ସମୟରେ ସାଧାରଣତଃ ସବୁଠାରେ ରକ୍ତର ଅଭାବ ଦେଖିବାକୁ ମିଳିଥାଏ । ଏଭଳି ସମୟରେ ବ୍ରହ୍ମପୁରରେ ପ୍ରେସ କ୍ଲବ ପକ୍ଷରୁ ଆୟୋଜିତ ହୋଇଛି । ରକ୍ତଦାନ ଶିବିରରେ ଅତିଥି ଭାବରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ବ୍ରହ୍ମପୁର ପୂର୍ବତନ ବିଧାୟକ ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ଦକ୍ଷିଣାଞ୍ଚଳ ପୋଲିସ ଆଇ.ଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ବ୍ରହ୍ମପୁର ଏମକେସିଜି ମେଡିକାଲ ଅଧିକ୍ଷକ ଡାକ୍ତର ପ୍ରଫେସର ସୁଚିତ୍ରା ଦାସ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଯୋଗ ଦେଇ ଗଣମାଧ୍ୟମ ପ୍ରତିନିଧିଙ୍କ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି ଅବସରରେ ବାଲେଶ୍ଵରର ବାହନଗା ଠାରେ ହୋଇଥିବା ଦୁର୍ଘଟଣାକୁ ନେଇ ମୃତକ ପରିବାରକୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଆହତ ଓ ଗୁରୁତରଙ୍କ ଆରୋଗ୍ୟ କାମନା କରାଯାଇଥିଲା । ବ୍ରହ୍ମପୁର ସହରର ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ସହରର ବିଭିନ୍ନ ପ୍ରମୁଖ ସଂଗଠନର କର୍ମକର୍ତ୍ତା, ବିଦ୍ୟାର୍ଥୀ, ଶିକ୍ଷୟତ୍ରୀ ପ୍ରମୁଖ ଯୋଗଦେଇ ସ୍ଵେଚ୍ଛାକୃତ ଭାବେ ୬୧ ୟୁନିଟ ରକ୍ତଦାନ କରିଥିଲେ । ପ୍ରଥମ ଥର ପାଇଁ ବହୁ ଯୁବକ, ଯୁବତୀ ଓ ମହିଳା ଏହି ଶିବିରରେ ଯୋଗ ଦେଇ ରକ୍ତଦାନ କରିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.