ପାଇକ ସ୍ମାରକୀ ପାଇଁ ଜମି ଯୋଗାଇବେ ରାଜ୍ୟ ସରକାର, ଧନ୍ୟବାଦ ଦେଲେ ବେଗୁନିଆ ବିଧାୟକ - ପାଇକ ସ୍ମାରକୀ ପାଇଁ ମାଗଣା ଜମି ଯୋଗାଇବେ ରାଜ୍ୟ ସରକାର

🎬 Watch Now: Feature Video

thumbnail

By

Published : Jul 20, 2022, 1:26 PM IST

Updated : Feb 3, 2023, 8:25 PM IST

ଖୋର୍ଦ୍ଧା : ପାଇକ ବିଦ୍ରୋହ ଓଡ଼ିଆ ଜାତି ପାଇଁ ଏକ ଗର୍ବ ଓ ବଳିଦାନର ଗାଥା । ପାଇକ ବିଦ୍ରୋହର ସ୍ମୃତି ଉଦ୍ଦେଶ୍ୟରେ ‌ଖୋର୍ଦ୍ଧା ବରୁଣେଇ ପାହାଡ଼ ପାଦଦେଶରେ ପାଇକ ସ୍ମାରକୀ ନିର୍ମାଣ ପାଇଁ ରାଜ୍ୟ ସରକାର 9.685 ଏକର ଜମି ବିନା ପ୍ରିମିୟମ, କ୍ୟାପିଟାଲାଇଜ୍‌ଡ ଭାଲ୍ୟୁ ଏବଂ ଇନସିଡେଣ୍ଟାଲ ଚାର୍ଜରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟକୁ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କୁ ସରକାରୀ ଦେୟ ବାବଦକୁ 31କୋଟି 97ଲକ୍ଷ 62ହଜାର 934ଟଙ୍କା ଛାଡ଼ କରିବାକୁ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି । 2019ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପାଇକ ସ୍ମାରକୀ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଯାହା ଏବେ କାର୍ଯ୍ୟକାରୀ ହେବାକୁ ବାଟ ଫିଟିଛି । ପାଇକ ସ୍ମାରକୀ ପାଇଁ ରାଜ୍ୟ ସରକାର ଜମି ଯୋଗାଇଦେବା ପରେ ସରକରଙ୍କୁ ଧନ୍ୟବାଦ ଦେଇଛନ୍ତି ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ।
Last Updated : Feb 3, 2023, 8:25 PM IST

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.