Watch: ଭଉଣୀ ପାଇଁ ଚିତ୍ରଶିଳ୍ପୀଙ୍କ ହ୍ୟାଣ୍ଡମେଡ ରାକ୍ଷୀ ଥାଳି, ଦେଖିଲେ ଲାଖିଯିବ ଆଖି - ହାତ ତିଆରି ରାକ୍ଷୀ ଥାଳି

🎬 Watch Now: Feature Video

thumbnail

By ETV Bharat Odisha Team

Published : Aug 22, 2023, 6:44 PM IST

ବାଲେଶ୍ବର: ଆସୁଛି ରାକ୍ଷୀ ପୁନେଇ, ଭଉଣୀ ବାନ୍ଧିଦେଵ ଭାଇ ହାତରେ ରାକ୍ଷୀ । ଏ ନେଇ ବଜାରରେ ମେଲିଲାଣି ରାକ୍ଷୀ ପସରା । ଏହାରି ମଧ୍ୟରେ ସାମ୍ନାକୁ ଆସିଲା ହ୍ୟାଣ୍ଡମେଡ ରାକ୍ଷୀ ଥାଳି । ଯାହାକି ବେଶ ଆକର୍ଷଣୀୟ । ବାଲେଶ୍ଵର ସହରର ରାଣିପାଟଣା ଅଞ୍ଚଳର ଚିତ୍ରଶିଳ୍ପୀ ଦେବାଶିଷ ସାହୁ ରାକ୍ଷୀ ପୁନେଇ ପାଇଁ ତିଆରି କରିଛନ୍ତି ସମ୍ପୂର୍ଣ୍ଣ ରାକ୍ଷୀ ଥାଳି । ଯାହାକି ଖୁବ ସୁନ୍ଦର ଦିଶୁଥିବା ବେଳେ ଏଥିରେ ଚାଉଳ, ସିନ୍ଦୂରଠାରୁ ଆରମ୍ଭ କରି ସମସ୍ତ ଆବଶ୍ୟକୀୟ ଜିନିଷ ରହିଛି । ଏହାକୁ ସେ ଖୁବଶୀଘ୍ର ବଜାର ପ୍ରବେଶ କରାଇବେ ବୋଲି କହିଛନ୍ତି ।    

ଭାଇ ଭଉଣୀର ଏ ପବିତ୍ର ସମ୍ପର୍କରେ ଅନେକ ପ୍ରତିଶ୍ରୁତି ଓ ସୁରକ୍ଷାର ବାର୍ତ୍ତା ନେଇ ରକ୍ଷା ବନ୍ଧନ ଭଳି ଦିନ ପାଖେଇ ଆସୁଥିବା ବେଳେ ଭଉଣୀ ମନରେ ଉତ୍ସାହ ବୃଦ୍ଧି ପାଇଛି । ଏହି ହ୍ୟାଣ୍ଡମେଡ ରାକ୍ଷୀ ଥାଳିରେ ରହିଛି, ଦ୍ବୀପ, ଅରୁଆ ଚାଉଳ, ସିନ୍ଦୁର, ଟିକା, ଚକଲେଟ ସହ ରାକ୍ଷୀ । ଏହି ରାକ୍ଷୀ ଥାଳି ଅତ୍ୟନ୍ତ ସୁନ୍ଦର ଭାବେ ସଜାଯାଇଥିବା ବେଳେ ଏହା ଏକ ପ୍ରକାର ସମ୍ପୂର୍ଣ୍ଣ ପ୍ରକଳ୍ପ ବୋଲି କୁହାଯାଇପାରେ । ଏଥର ରାକ୍ଷୀରେ କିଛି ନୂଆ କରିବାର ଲକ୍ଷ୍ୟ ନେଇ ଦେବାଶିଷ କାର୍ଡ ବୋର୍ଡ ଦ୍ବାରା ଥାଳି ତିଆରି କରିଥିବା ବେଳେ ସେଥିରେ ସୁନ୍ଦର ଭାବେ ଭେଲଭେଟ କପଡା ଲଗାଇ, ଚୁମକି ସହ ଅଠା ଲଗାଇ ସୁନ୍ଦର ଭାବରେ ସଯାଇଛନ୍ତି ।  

ଏହା ବି ପଢନ୍ତୁ-  ଚର୍ଚ୍ଚାରେ କଟକ ସବିହାଙ୍କ ରାକ୍ଷୀ: ଭାଇ ପିନ୍ଧିବ ରକ୍ଷାର ଡୋରି, ପୁରିବ ପଶୁପକ୍ଷୀଙ୍କ ପେଟ

ସେ ଏହାକୁ ପ୍ରଥମେ ବିକ୍ରି କରିବାର ଉଦ୍ଦେଶ୍ୟ ନେଇ ତିଆରି କରି ନଥିଲେ,  ବରଂ ସମ୍ପର୍କୀୟମାନଙ୍କ ପାଇଁ ଏହି ରାକ୍ଷୀ ଥାଳି ତିଆରି କରିଥିବା ବେଳେ ଏହାକୁ ଦେଖି ସୋସିଆଲ ମିଡିଆରେ ଲୋକମାନେ ଅର୍ଡର ଦେବାପାଇଁ ଦେବାଶିଷଙ୍କୁ କହୁଛନ୍ତି। ଯେଉଁଥିପାଇଁ ଦେବାଶିଷ ଅଧିକ ଥାଳି ତିଆରି କରିବା ସହ ବିଭିନ୍ନ ରାକ୍ଷୀ ଦୋକାନ ବୁଲି ସେସବୁ ବିକ୍ରି ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି । ଏହି ରାକ୍ଷୀ ଥାଳିର ସର୍ବନିମ୍ନ ମୂଲ୍ୟ 500 ଟଙ୍କାରୁ ଆରମ୍ଭ କରି 1 ହଜାର ଟଙ୍କା ପର୍ଯ୍ୟନ୍ତ ଥିବା ବେଳେ ଏହିପରି ରାକ୍ଷୀ ଥାଳି କରି ସେ ବେଶ ଖୁସି ଅନୁଭବ କରୁଥିବା କଥା କହିଛନ୍ତି ।  

ଇଟିଭି ଭାରତ, ବାଲେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.