ପରିବେଶ ସୁରକ୍ଷା ପାଇଁ ଗଛ ଗଣେଶ ପୂଜା

By ETV Bharat Odisha Team

Published : Sep 19, 2023, 2:15 PM IST

thumbnail

ଭୁବନେଶ୍ୱର: ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ଗଛ ଗଣେଶ ପୂଜା କରିଛି ବକୁଳ ଫାଉଣ୍ଡେସନ । ପ୍ରତିବର୍ଷ ପରି ଚଳିତ ବର୍ଷ ବି ବିଜୁ ପଟ୍ଟନାୟକ ପାର୍କରେ ଗଛରେ ଗଣେଶଙ୍କ ସ୍ୱରୂପ କରି ପୂଜା କରାଯାଇଛି । ପ୍ରକୃତିକୁ ସୁହାଇଲା ପରି ଗଣେଶଙ୍କୁ ସୁସଜ୍ଜିତ କରାଯାଇଥିବା ବେଳେ ବାଉଁଶରେ ତିଆରି କାନରେ ବେଶ ସୁନ୍ଦର ଲାଗୁଛନ୍ତି ଗଜାନନ । ପରିବେଶ ପ୍ରକୃତି ଭିତରେ ଥିବା ସମ୍ପର୍କକୁ ସୁଦୃଢ଼ କରିବାକୁ ଯାଇ ଅଗ୍ରପୂଜ୍ୟଙ୍କୁ ଏଭଳି ନିଆରା ଢଙ୍ଗରେ ଗଛର ପ୍ରତିକୃତିରେ ପୂଜା କରାଯାଉଥିବା ବେଳେ ନଡ଼ିଆରେ ମୂଷିକରାଜଙ୍କୁ ପ୍ରସ୍ତୁତ କରାଯାଇଛି । ଅନ୍ୟପଟେ ଗଛର ପ୍ରସାଦ ଦିଆଯାଉଛି । ଭୋଗ ନୁହେଁ ଗଛର ଚାରା ପ୍ରଦାନ କରି ଆଉ ଏକ ବୃକ୍ଷର ସୃଷ୍ଟି ପାଇଁ ବାର୍ତ୍ତା ଦିଆଯାଇଛି । ଅନ୍ୟପଟେ ହାତରେ ପ୍ଲାକାର୍ଡ ଧରି କୁନି ଗଣେଶ ବେଶରେ ଜଣେ ଶିଶୁ ମଧ୍ୟ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି । ଏହି ପୂଜାରେ ବିଡିଏ ଉପାଧକ୍ଷ ବଳବନ୍ତ ସିଂ ମଧ୍ୟ ଯୋଗ ଦେଇଥିଲେ ।  

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.