ଲୋକାରଣ୍ୟ ଶରଧାବାଲି, ନିରବତା ସାଜିଛି ସିଂହଦ୍ବାର

By

Published : Jun 28, 2023, 4:22 PM IST

thumbnail

ପୁରୀ: ଜନ୍ମବେଦୀରେ ୯ ଦିନର ଲୀଳାଖେଳା ସାରି ବାହୁଡୁଛନ୍ତି ତିନି ଠାକୁର । ଭାଇଭଉଣୀଙ୍କୁ ସାଙ୍ଗରେ ରତ୍ନବେଦୀ ଅଭିମୁଖେ ମହାପ୍ରଭୁ । ରଥରେ ବିଶ୍ବନିୟନ୍ତାଙ୍କ ଦିବ୍ୟ ଦର୍ଶନ କରି କୃତାର୍ଥ ମନେ କରୁଛନ୍ତି ଭକ୍ତ । ଶରଧାବାଲିରେ ଭକ୍ତଙ୍କ ମେଳିରେ ଆଗକୁ ଆଗକୁ ବଢିଚାଲିଛି ତିନି ରଥ । ଆଗେ ଆଗେ ଯାଉଛନ୍ତି ବଡ଼ଭାଇ, ପଛେପଛେ ଭଉଣୀ ସୁଭଦ୍ରା ଓ ଶେଷରେ ଗହଳି ଲଗାଇ ଧୀରେଧୀରେ ଆସୁଛି କାଳିଆ ସୁନା । ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ରଥକୁ ଟାଣି ଟାଣି ନେଉଛନ୍ତି । ତାଙ୍କ ରଥ ଦଉଡ଼ିକୁ ଛୁଇଁ ଭାବବିହ୍ବଳ ହୋଇପଡ଼ିଛନ୍ତି ଭକ୍ତ ।  ଘର୍ଘର ନାଦରେ କମ୍ପୁଛି ଶ୍ରୀକ୍ଷେତ୍ର ମାଟି । ଘଣ୍ଟ, ଶଙ୍ଖ ସାଙ୍ଗକୁ ଜୟ ଜଗନ୍ନାଥ ଧ୍ବନୀରେ ଉଛୁଳୁଛି ସାରା ପରିବେଶ ।  ଲୋକାରଣ୍ୟ ହୋଇଉଠିଛି ଶରଧାବାଲି । ହେଲେ ନିରବତା ସାଜିଛି ସିଂହଦ୍ବାର । ତେବେ ଚଳିତ ବର୍ଷ ସମସ୍ତ ନୀତିକାନ୍ତି ସଅଳ ଚାଲିଛି । ଏଥର ତିନି ଘଣ୍ଟା ଆଗରୁ ରଥ ଟଣା ଆରମ୍ଭ ହୋଇଛି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.