ରାଉରକେଲାରେ ବାହୁଡ଼ା ଯାତ୍ରା, ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ

By

Published : Jun 28, 2023, 11:02 PM IST

thumbnail

ରାଉରକେଲା: ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଚଳଚଞ୍ଚଳ ହୋଇଉଠିିଛି ଷ୍ଟିଲ ସିଟି ରାଉରକେଲା ସହର । ନବଦିନାତ୍ମକ ଯାତ୍ରା ସାରି ରତ୍ନବେଦୀକୁ ଫେରିଛନ୍ତି ମହାପ୍ରଭୁ । ଭକ୍ତଙ୍କ ମେଳିରେ ରଥାରୁଢ଼ ହୋଇ ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦୀକୁ ବାହୁଡ଼ିଛନ୍ତି । ଘଣ୍ଟଘଣ୍ଟା, ଶଙ୍ଗ, ହୁଳହୁଳିରେ କମ୍ପିଉଠିଥିଲା ପୁରା ପରିବେଶ । ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ରଥଟଣା ଆରମ୍ଭ ହେବା ମାତ୍ରେ ହଜାର ହଜାର ଶ୍ରଦ୍ଧାଳୁ ଶ୍ରଦ୍ଧା ଓ ଉତ୍ସାହର ସହ ରଥ ଟାଣିଥିଲେ । ହରିବୋଲ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା ରାଉରକେଲା ସହର । ଭାବର ଠାକୁର କାଳିଆ କୁ ଦର୍ଶନ କରି ଭକ୍ତ ମାନେ ଭାବ ବିହ୍ଵଳିତ ହୋଇ ପଡିଥିଲେ । ଏହି ଉତ୍ସବ କେବଳ ମୁଖ୍ୟ ଶୋଭାଯାତ୍ରାରେ ସୀମିତ ନ ଥିଲା, ସମଗ୍ର ସହରରେ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ଏବଂ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଶୃଙ୍ଖଳା ଏବଂ ସୁରକ୍ଷା ଦୃଷ୍ଟିରୁ ରାଉରକେଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । 

ଇଟିଭି ଭାରତ, ରାଉରକେଲା 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.