thumbnail

By

Published : Aug 9, 2023, 9:13 PM IST

ETV Bharat / Videos

kranti Diwas: କ୍ରାନ୍ତିତୀର୍ଥକୁ ରକ୍ତତୀର୍ଥରେ ପରିଣତ କରିଥିଲା ଉତ୍କଳ ପ୍ରଦେଶ: ରାଜ୍ୟପାଳ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ହୋଇଛି କ୍ରାନ୍ତି ଦିବସ । ଏହି ଉପଲକ୍ଷେ ସ୍ବାଧୀନତା ସଂଗ୍ରାମୀ ସମିତି ଓ ଯୁବ ସାମ୍ମୁଖ୍ୟ ପକ୍ଷରୁ ଆୟୋଜିତ ହୋଇଥିଲା ଅଗଷ୍ଟ କ୍ରାନ୍ତି ଦିବସ । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି, ‘‘କ୍ରାନ୍ତି ତୀର୍ଥ ରକ୍ତ ତୀର୍ଥରେ ପରିଣତ ହେବାରୁ ଆମକୁ ସ୍ବାଧୀନତା ମିଳିବାରେ ସହଜ ହୋଇଥିଲା । ଭାରତର ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ସବୁ ଜିଲ୍ଲାରୁ ଶତାଧିକ ସଂଗ୍ରାମୀ ବଳିଦାନ ଦେଇଥିଲେ । ଶହୀଦ ଲକ୍ଷ୍ମଣ ନାୟକଙ୍କଠାରୁ ଆରମ୍ଭ କରି ଅନେକ ଶହୀଦଙ୍କ ବଳିଦାନରେ ଆମେ ଏହି ସ୍ଵାଧୀନତା ପାଇଛନ୍ତି । ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଭୂମିକା ମଧ୍ୟ ଏହି ଆନ୍ଦୋଳନରେ ପ୍ରଶଂସନୀୟ ରହିଥିଲା । ଅଗଷ୍ଟ କ୍ରାନ୍ତିର ବିପ୍ଲବରେ ଇଂରେଜ ଭାରତ ଛାଡି ଚାଲିଯିବାକୁ ବାଧ୍ୟ ହୋଇଥିଲେ ।’’

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.