thumbnail

By

Published : May 28, 2023, 11:02 PM IST

ETV Bharat / Videos

ପୋଲିସ ସାମ୍ନାରେ ନିସ୍ତୁକ ମାଡ଼, ଥାନାରେ ଏତଲା

କଟକ: ପୋଲିସ ସାମ୍ନାରେ ଯୁବକଙ୍କୁ ମାଡ଼ ଅଭିଯୋଗ। ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଘଟଣାଟି ହେଉଛି କଟକ ସଦର ଥାନା ଅଞ୍ଚଳ କାଜିପାଟଣା ବୋଲି ଜଣାପଡ଼ିଛି । ସୂଚନାନୁଯାୟୀ ଗାଁରେ ଯାତ୍ରା ଚାଲୁଥିବା ସମୟରେ ଚେୟାର ମାଗିବାକୁ ନେଇ ପାଟି ତୁଣ୍ଡ ହୋଇଥିଲା । ପରେ କିଛି ଯୁବକମାନେ ଆସି ସେହି ଗାଁର ଯୁବକ ଫାଲଗୁନି ପାଇକରାୟ ନାମକ ଯୁବକଙ୍କୁ ଆକ୍ରମଣ କରିଥିଲେ । ଯୁବକଙ୍କ ପରିବାର ଲୋକ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିବା ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ସେପଟେ ମାଡ଼ ମାରିଥିବା ଗୋଷ୍ଠୀ ମଧ୍ୟ ଥାନାରେ ପାଲଟା ଅଭିଯୋଗ କରିଛନ୍ତି । ଉଭୟଙ୍କ ଏତଲା ରୁଜୁ କରି ତଦନ୍ତ କରୁଛି ସଦର ଥାନା ପୋଲିସ । ତେବେ ଭାଇରାଲ ହେଉଥିବା ଭିଡିଓରେ ପୋଲିସ ସମ୍ନାରେ କିଛି ଯୁବକ ଗଣ୍ଡଗୋଳ କରିବା ସହ ଜଣେ ଯୁବକକୁ ମାରପିଟ କରୁଥିବା ଦେଖିବାକୁ ମିଳିଛି । ଯଦି ପିଲା ପୋଲିସ ସାମ୍ନାରେ ଏଭଳି ନିର୍ମମ କାମ କରୁଛନ୍ତି । ଆଇନକୁ ହାତକୁ ନେବାକୁ ପଛଉ ନାହିଁନ୍ତି । 

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.