ETV Bharat / sports

ବର୍ଷା ଧୋଇନେବ କାନପୁର ଟେଷ୍ଟ ! ଖେଳ ନହେଲେ ବି ଜିତିବ ଭାରତ - IND vs BAN 2nd Test

author img

By ETV Bharat Sports Team

Published : 2 hours ago

IND vs BAN 2nd Test : ବାଂଲାଦେଶ ବିପକ୍ଷରେ କାନପୁର ଗ୍ରୀନପାର୍କ ଷ୍ଟାଡିୟମରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ଖେଳିବ ଟିମ୍‌ ଇଣ୍ଡିଆ । ହେଲେ ମ୍ୟାଚ୍‌କୁ ଘାରିଛି ବର୍ଷା ଭୟ । ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌କୁ ବର୍ଷା ଧୋଇନେବାର ଯଥେଷ୍ଟ ସମ୍ଭାବନା ରହିଛି । ଅଧିକ ପଢ଼ନ୍ତୁ

Kanpur Green Park Stadium File Photo
Kanpur Green Park Stadium File Photo (ETV Bharat Odisha)

ନୂଆଦିଲ୍ଲୀ : ବାଂଲାଦେଶ ବିପକ୍ଷରେ ଏମ୍‌ଏ ଚିଦାମ୍ବରମ (ଚେପକ୍‌) ଷ୍ଟାଡିୟମରେ ପ୍ରଥମ ଟେଷ୍ଟରେ ଦମଦାର ବିଜୟ ହାସଲ ପରେ ଏବେ ଭାରତୀୟ ଦଳର ନଜର କାନପୁରରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ଉପରେ । 280 ରନର ବିଶାଳ ବ୍ୟବଧାନରେ ପ୍ରଥମ ମ୍ୟାଚ୍‌ ଜିତିଥିବା ଟିମ୍‌ ଇଣ୍ଡିଆ ଦ୍ବିତୀୟ ମ୍ୟାଚ୍‌ ଜିତି ସିରିଜ ହାସଲ କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ । ସେପ୍ଟେମ୍ବର 27ରୁ କାନପୁରରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌କୁ ପ୍ରଶଂସକମାନେ ମଧ୍ୟ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ହେଲେ ଏହି ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ କ୍ରିକେଟପ୍ରେମୀଙ୍କ ପାଇଁ ଆସିଛି ଏକ ନିରାଶାଜନକ ଖବର ।

ବର୍ଷା ଧୋଇନେବ 2ୟ ଟେଷ୍ଟ ମ୍ୟାଚ୍‌ ! :-

କାନପୁରରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍‌ରେ ବର୍ଷା ଭିଲିଆନ ସାଜିବାର ଯଥେଷ୍ଟ ସମ୍ଭାବନା ରହିଛି । ଯଦି ଏପରି ହୁଏ, ତେବେ ମ୍ୟାଚ୍‌ର ଫଳାଫଳ ବାହାରିବା ମୁସ୍କିଲ ହୋଇଯିବ । ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, କ'ଣ ଟେଷ୍ଟ ମ୍ୟାଚ୍‌ର 5 ଦିନ ଯାଏଁ ବର୍ଷା ହେବ ? ଆପଣଙ୍କୁ ଜଣାଇଦେଉଛୁ, ଘରୋଇ ପାଣିପାଗ ଆକଳନ କମ୍ପାନୀ 'Accuweather'ର ଆକଳନ ଅନୁଯାୟୀ ସେପ୍ଟେମ୍ବର 27, ଅର୍ଥାତ ମ୍ୟାଚ୍‌ର ପ୍ରଥମ ଦିନରେ କାନପୁରରେ 92 ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ଏହିଦିନ ଆକାଶରେ ବାଦଲ ଛାଇ ରହିବାର ପ୍ରାୟ 99 ପ୍ରତିଶତ ସମ୍ଭାବନା ରହିଛି । ପବନର ବେଗ ଘଣ୍ଟାପ୍ରତି 32 କିମି ରହିବାକୁ ଥିବାବେଳେ ଏହିଦିନର ସର୍ବାଧିକ ତାପମାତ୍ରା ପ୍ରାୟ 29 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିପାରେ ।

'Accuweather' ଆକଳନ ଅନୁଯାୟୀ, ଦ୍ବିତୀୟ ଟେଷ୍ଟର ପ୍ରଥମ 3 ଦିନ ବର୍ଷା ହେବାର ସବୁଠାରୁ ଅଧିକ ସମ୍ଭାବନା ରହିଛି । କାନପୁର ଟେଷ୍ଟର ପ୍ରଥମ ଦିନ 92 ପ୍ରତିଶତ ବର୍ଷା ସମ୍ଭାବନା ରହିଥିବାବେଳେ ଦ୍ବିତୀୟ ଦିନ 80 ପ୍ରତିଶତ ଓ ତୃତୀୟ ଦିନ 59 ପ୍ରତିଶତ ବର୍ଷା ହେବାର ସମ୍ଭାବନା ଥିବା ଆଶଙ୍କା ରହିଛି । ଶେଷ ଦୁଇଦିନ, ଅର୍ଥା ସେପ୍ଟେମ୍ବର 30 ଓ ଅକ୍ଟୋବର 1 ତାରିଖରେ ଯଥାକ୍ରମେ 3 ଓ 1 ପ୍ରତିଶତ ବର୍ଷା ସମ୍ଭାବନା ଆକଳନ କରିଛି ଏହି ଘରୋଇ ପାଣିପାଗ ଅକଳନକାରୀ ସଂସ୍ଥା । ଏଭଳି ସ୍ଥିତିରେ ମ୍ୟାଚ୍‌ର ଫଳାଫଳ ଆସିବା ମୁସ୍କିଲ ଲାଗୁଛି ।

ଫଳାଫଳ ନଆସିଲେ ବି ସିରିଜ ଜିତିବ ଭାରତ :-

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ, ଯଦି ଏହି ମ୍ୟାଚ୍‌ର କୌଣସି ଫଳାଫଳ ନଆସେ, ତେବେ ମଧ୍ୟ ଭାରତୀୟ ଦଳ ହିଁ ଏହି ସିରିଜ ଜିତିବ । କାରଣ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଜିତି ସିରିଜରେ 1-0 ଲିଡ୍‌ରେ ରହିଛି ଟିମ୍‌ ଇଣ୍ଡିଆ । ସେପ୍ଟେମ୍ବର 19ରୁ ଚେନ୍ନାଇର ଏମ୍‌ଏ ଚିଦାମ୍ବରମ (ଚେପକ୍‌) ଷ୍ଟାଡିୟମରେ ଖେଳାଯାଇଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ଏକ ଚମତ୍କାର ବିଜୟ ହାସଲ କରିସାରିଛି । ମ୍ୟାଚର ଚତୁର୍ଥ ଦିନରେ ହିଁ ଭାରତୀୟ ଦଳ ବାଂଲାଦେଶକୁ 280 ରନରେ ଅଲ୍‌ ଆଉଟ୍‌ କରି ସିରିଜ୍‌ରେ 1-0 ଲିଡ୍‌ ହାସଲ କରିଥିଲା । ମ୍ୟାଚ୍‌ର ପ୍ରଥମ ଇନିଂସରେ ଭାରତ ରବିନ୍ଦ୍ର ଜାଡେଜା (86) ଓ ରବିଚନ୍ଦ୍ରନ ଅଶ୍ବିନ (113)ଙ୍କ ଚମତ୍କାର ଇନିଂସ୍‌ ବଳରେ 376 ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ବାଂଲାଦେଶ ଦଳ କେବଳ 149 ରନ୍‌ରେ ସମସ୍ତ ୱିକେଟ ହରାଇଥିଲା । ଏହାପରେ ପ୍ରଥମ ଇନିଂସ୍‌ରେ 227 ରନ ଲିଡ୍‌ ନେଇ ଦ୍ବିତୀୟ ପାଳି ବ୍ୟାଟିଂ କରିଥିଲା ଭାରତ । ଏହି ଇନିଂସରେ ଯୁବ ତାରକା ଋଷଭ ପନ୍ତ ଓ ଶୁବମନ ଗିଲ୍‌ ଉଭୟଙ୍କ ଶତକୀୟ ପାଳି ବଳରେ ବାଂଲାଦେଶକୁ ଭାରତ 515 ରନର ବିଜୟଲକ୍ଷ୍ୟ ଦେଇଥିଲା ଭାରତ । ହେଲେ ଅଶ୍ବିନ ଓ ଜାଡେଜାଙ୍କ ସ୍ପିନ ଆଟାକ୍‌ର ଜବାବ ଦେଇନପାରି କେବଳ 234 ରନ୍‌ରେ ହିଁ ଅଲ୍‌ ଆଉଟ୍‌ ହୋଇଥିଲା ବାଂଲାଦେଶ ।

ଦ୍ବିତୀୟ ଟେଷ୍ଟ ପାଇଁ ଭାରତୀୟ ସ୍କ୍ବାଡ :-

ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ଶୁବମନ ଗିଲ, ବିରାଟ କୋହଲି, କେଏଲ୍‌ ରାହୁଲ, ସର୍ଫରାଜ ଖାନ, ଋଷଭ ପନ୍ତ (ୱିକେଟ କିପର), ଧ୍ରୁବ ଜୁରେଲ (ୱିକେଟ କିପର), ରବିଚନ୍ଦ୍ର ଅଶ୍ବିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶ ଦୀପ, ଜସପ୍ରୀତ ବୁମ୍‌ରା, ୟଶ ଦୟାଲ

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.