ETV Bharat / entertainment

ଉର୍ମିଲା-ମୋହସିନ ଅଖତରଙ୍କ ସମ୍ପର୍କରେ ଫାଟ, ବିବାହର 8 ବର୍ଷ ପରେ ନେବେ ଛାଡ଼ପତ୍ର - Urmila Matondkar Divorce

Urmila Matondkar-Mohsin Akhtar Mir Divorce: ଅଲଗା ହେବେ ଉର୍ମିଲା ମାତୋଣ୍ଡକର ଓ ମୋହସିନ ଅଖତର । ସୂଚନା ଅନୁସାରେ, ଅଭିନେତ୍ରୀ ବିବାହର 8 ବର୍ଷ ପରେ ସ୍ୱାମୀଙ୍କ ଠାରୁ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଛନ୍ତି ।

ଅଲଗା ହେବେ ଉର୍ମିଲା ମାତୋଣ୍ଡକର ଓ ମୋହସିନ ଅଖତର
ଅଲଗା ହେବେ ଉର୍ମିଲା ମାତୋଣ୍ଡକର ଓ ମୋହସିନ ଅଖତର (IANS, ETV Bharat Odisha)
author img

By ETV Bharat Entertainment Team

Published : Sep 25, 2024, 1:30 PM IST

Updated : Sep 25, 2024, 1:52 PM IST

ହାଇଦ୍ରାବାଦ: ବଲିଉଡ ରଙ୍ଗୀଲା ଗାର୍ଲ ଉର୍ମିଲା ମାତୋଣ୍ଡକର ଦୀର୍ଘ ବର୍ଷ ଧରି ପରଦାରୁ ଦୂରେଇ ରହିଛନ୍ତି । ଅଭିନେତ୍ରୀ ବର୍ତ୍ତମାନ ବ୍ୟକ୍ତିଗତ ଜୀବନ ନେଇ ଶିରୋନାମାରେ ରହିଛନ୍ତି । ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ 8 ବର୍ଷ ବିବାହ ପରେ ସ୍ୱାମୀ ମୋହସିନ୍ ଅଖତର ମୀରଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଅଭିନେତ୍ରୀ ଛାଡପତ୍ର ପାଇଁ ମୁମ୍ୱାଇ ବାନ୍ଦ୍ରା ସ୍ଥିତ ଏକ ଫ୍ୟାମିଲି କୋର୍ଟରେ ଆବେଦନ କରିଥିବା ଜଣାପଡିଛି ।

ବିବାହର 8 ବର୍ଷ ପରେ ଅଲଗା ହେବେ ଉର୍ମିଲା-ମୋହସିନ୍

କହିରଖୁଛୁ କି, ମୋହସିନ୍ ଏବଂ ଉର୍ମିଲା ପ୍ରଥମେ 2014 ରେ ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ଭଣଜାଙ୍କ ବିବାହ ସମୟରେ ସାକ୍ଷାତ ହୋଇଥିଲେ । କୁହାଯାଏ ଯେ ମୋହସିନ୍ ପ୍ରଥମ ଦେଖାରେ ଉର୍ମିଲାଙ୍କ ପ୍ରେମରେ ପଡିଥିଲେ । ଦୀର୍ଘ ଦିନର ଡେଟିଂ ପରେ ମୋହସିନ ଅଖତରଙ୍କ ସହ ଉର୍ମିଲା ମାର୍ଚ୍ଚ 3, 2016 ରେ ବିବାହ କରିଥିଲେ । ପରେ ଉଭୟ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟର ତୀବ୍ର ସମାଲୋଚନାର ଶିକାର ହୋଇଥିଲେ, ଉଭୟ ଉର୍ମିଲା ଏବଂ ମୋହସିନ୍ ଏଥିପ୍ରତି ଦୃଷ୍ଟି ଦେଇନଥିଲେ। କିନ୍ତୁ ବର୍ତ୍ତମାନ, 8 ବର୍ଷର ଦାମ୍ପତ୍ୟ ଜୀବନରେ ଏହି ଦମ୍ପତି ବ୍ରେକଅପ୍ କରିବାକୁ ନିଷ୍ପତି ନେଇଛନ୍ତି । ଯାହା ସମସ୍ତଙ୍କୁ ଚକିତ କରିଛି ।

ଏହା ମଧ୍ୟ ପଢନ୍ତୁ: ସ୍ବାମୀଙ୍କ ସପକ୍ଷରେ ବାହାରିଲେ ଉର୍ମିଳା, କହିଲେ ଏମିତି...

ଉର୍ମିଲା-ମୋହସିନ୍ ଅଖତରଙ୍କ ଛାଡପତ୍ରର କାରଣ

ଉର୍ମିଲା-ମୋହସିନ୍ ଅଖତରଙ୍କ ଛାଡପତ୍ର ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଉଭୟଙ୍କ ଅଲଗା ହେବା ପଛର କାରଣ ବୟସ ପାର୍ଥକ୍ୟ ହୋଇପାରେ ବୋଲି ଅନେକ ମତ ଦେଉଛନ୍ତି । କାରଣ ଅଭିନେତ୍ରୀ ତାଙ୍କଠାରୁ 10 ବର୍ଷ ବଡ ଏବଂ 40 ବର୍ଷ ବୟସରେ ବିବାହ କରିଥିଲେ । ସାଧାରଣତଃ ବୟସ ପାର୍ଥକ୍ୟ ସହ ବିବାହ ଅନେକ ସମ୍ପର୍କ ସମସ୍ୟା ସୃଷ୍ଟି କରିଥାଏ । ଏଥିସହିତ କଳ୍ପନା କରାଯାଉଛି ଯେ ଉଭୟ ଶିଶୁଙ୍କ ବିଷୟରେ ମଧ୍ୟ ଛାଡପତ୍ର ନେଇପାରିଥାନ୍ତି । ଅନେକ ଟଙ୍କା ପାଇଁ ସମ୍ପର୍କ ଭାଙ୍ଗୁଥିବା ମଧ୍ୟ ଅନୁମାନ କରୁଛନ୍ତି । କିନ୍ତୁ ଉର୍ମିଲା-ମୋହସିନଙ୍କ ପକ୍ଷରୁ ଛାଡପତ୍ର ନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଏହା ମଧ୍ୟ ପଢନ୍ତୁ: ଶିବସେନାରେ ମିଶିବା ପରେ କଙ୍ଗନାଙ୍କୁ ଟାର୍ଗେଟ କଲେ ରଙ୍ଗିଲା ଗାର୍ଲ

ମୋହସିନ୍ ଅଖତର ମୀର କିଏ?

ମୋହସିନ୍ କାଶ୍ମୀରର ଜଣେ ବ୍ୟବସାୟୀ ଏବଂ ମଡେଲ୍ । ମୋହସିନ୍ ଜଣେ ଅଭିନେତା ହେବାକୁ 21 ବର୍ଷ ବୟସରେ ମୁମ୍ବାଇ ଆସିଥିଲେ । ସେ 2007 ରେ 'ମିଷ୍ଟର ଇଣ୍ଡିଆ' ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ ଅପ୍ ଟ୍ରଫି ମଧ୍ୟ ଜିତିଥିଲେ । ସେ ଫିଲ୍ମ 'ଇଟସ ଏ' ସହିତ ସିଲଭର ସ୍କ୍ରିନରେ ଡେବ୍ୟୁ କରିଥିଲେ । 2009 ରେ, ସେ ମ୍ୟାନ୍ସ ୱାର୍ଲ୍ଡ ଏବଂ ପରେ ଲକ ବାଏ ଚାନ୍ସ, ମୁମ୍ବାଇ ମାଷ୍ଟ କଲେନ୍ଦର ଭଳି ଫିଲ୍ମରେ କାମ କରିଥିଲେ । କିଛି ବର୍ଷ ଧରି ସଂଘର୍ଷ କରିବା ପରେ ମଧ୍ୟ ଯେତେବେଳେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସ୍ୱୀକୃତି ପାଇ ନଥିଲେ, ମୋହସିନ୍ ବ୍ୟବସାୟ ଆଡକୁ ମୁହାଁଇଥିଲେ ଏବଂ ବର୍ତ୍ତମାନ ସେ ମନୀଷ ମଲହୋତ୍ରାଙ୍କ ଲେବଲରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ତାଙ୍କର କାଶ୍ମୀରର ଏମ୍ବ୍ରୋଡେରୀ ବ୍ୟବସାୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 25, 2024, 1:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.