ଏଟିଏମରେ କଳାକନା ବୁଲାଇଲେ ଲୁଟେରା - ତାଳଚେରରେ ମାତିଲେ ଲୁଟେରା

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 11, 2023, 4:20 PM IST

ଅନୁଗୋଳ: ଅନୁଗୋଳରେ ମାତିଲେଣି ଏଟିଏମ ଲୁଟେରା । ରାତି ଅଧରେ ଏସବିଆଇ ଏଟିଏମ କାଉଣ୍ଟରରେ କଳାକନା ବୁଲାଇଲେ ଲୁଟେରା । ଜିଲ୍ଲାର କୋଇଲା ନଗରୀ ତାଳଚେର ସ୍ଥିତ ବହଲର ଛକ ନିକଟରେ ଥିବା ଏସବିଆଇ ଏଟିଏମକୁ କଟର ମେସିନରେ କାଟି ଟଙ୍କା ଲୁଟ ହୋଇଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ ବହଲର ଛକ ନିକଟରେ ଏକ ମାର୍କେଟ ମଧ୍ୟରେ ଥିବା ଏଟିଏମ ଥିବା ବେଳେ ଦୁର୍ବୃତ୍ତ ମାନେ ବିଳମ୍ବିତ ରାତିରେ ଗ୍ୟାସ କଟର ସାହାଯ୍ୟରେ ଟଙ୍କା ଚାମ୍ବରକୁ କାଟି ଏଟିଏମରେ ଥିବା ସମସ୍ତ ଟଙ୍କା ନେଇ ଚମ୍ପଟ ମାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ATM ଭାଙ୍ଗି ଲୁଟିଲେ ଲକ୍ଷାଧିକ ଟଙ୍କା

ଲୁଟେରା ମାନେ ଏକ ଧଳା ରଙ୍ଗର କାରରେ ଆସି ଟଙ୍କା ଲୁଟି ଫେରାର ହୋଇ ଯାଇଛନ୍ତି । ତେବେ ସେହି ସ୍ଥାନରେ ପୋଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଥିଲେ ମଧ୍ୟ ଦୁର୍ବୃତ୍ତ ମାନେ ଟଙ୍କା ଲୁଟିବାରେ ସଫଳ ହୋଇଛନ୍ତି । ତେବେ ବ୍ୟାଙ୍କ ପକ୍ଷରୁ ଏହି ଏଟିଏମରେ ଚାରିରୁ ପାଞ୍ଚଲକ୍ଷ ଟଙ୍କା ଥିବା ସୂଚନା ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବାବେଳେ ବାହାର ରାଜ୍ୟର ପେସାଦାର ଏଟିଏମ ଲୁଟେରା ଗ୍ୟାଙ୍ଗ ଏଥିରେ ସାମିଲ ଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏହି ଲୁଟବେଳର ସିସିଟିଭି ଫୁଟେଜ ପୋଲିସର ହସ୍ତଗତ ହୋଇଛି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.