thumbnail

By

Published : Jun 9, 2023, 7:53 PM IST

ETV Bharat / Videos

ସହକାରୀ ଯନ୍ତ୍ରୀଙ୍କୁ ନିସ୍ତୁକ ମାଡ଼, ବିଲ୍ ଦେବାକୁ ବିଳମ୍ବ କରିବାରୁ ଆକ୍ରମଣ କଲେ ଠିକାଦାର

ରାଇରଙ୍ଗପୁର: ବିଲ୍ ଦେବାକୁ ବିଳମ୍ବ କରିବାରୁ ସହକାରୀ ଯନ୍ତ୍ରୀଙ୍କୁ ଆକ୍ରମଣ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜର ଉଦଳା ବ୍ଲକରେ। ସୂଚନା ଅନୁସାରେ, ଠିକାଦାରମାନଙ୍କ ଦ୍ଵାରା ସମ୍ପନ୍ନ କରାଯାଇଥିବା କାର୍ଯ୍ୟର ବିଲ୍ ପାଇଁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇନଥିଲେ ସହକାରୀ ଯନ୍ତ୍ରୀ । କାମ କରାଯାଇଥିବା ବିଲ୍ ଟଙ୍କା ଦେବାରେ ବିଳମ୍ବ କରିବାରୁ ଶେଷରେ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ସହକାରୀ ଯନ୍ତ୍ରୀ। ତେବେ ସହକାରୀ ଯନ୍ତ୍ରୀ ବିଲ୍ ପାସ୍ କରିବାରେ ବିଳମ୍ବ କରୁଥିବାରୁ ଏହାକୁ ନେଇ ତାତିଛନ୍ତି ଠିକାଦାର ଗୋଷ୍ଠୀ । ଉଦଳା ବ୍ଲକରେ ଉନ୍ନୟନ କାମ କରୁଥିବା କିଛି ଠିକାଦାର ଗୋଷ୍ଠୀ ଆଜି ବ୍ଲକର ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଞ୍ଜିନିୟରଙ୍କୁ ବ୍ଲକ ପରିସରରେ ନିସ୍ତୁକ ମାଡ ମାରିଥିବା ଘଟଣା ଦେଖିବାକୁ ମିଳିଛି । 

ସୂଚନା ଅନୁସାରେ ବ୍ଲକ ଅଧୀନରେ ଥିବା ପଞ୍ଚାୟତଗୁଡିକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଚାଲିଥିବାବେଳେ ଏହି କାମର ବିଲ୍ ପାସ୍ କରିବା ପାଇଁ ଠିକାଦାରମାନେ ଆଜି ବ୍ଲକ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଞ୍ଜିନିୟର ସୁବାଷ ପ୍ରକାଶ ସାହୁଙ୍କ ନିକଟକୁ ଯାଇଥିଲେ। ବିଲ୍ ପାସ୍ କରିବାରେ କାହିଁକି ବିଳମ୍ବ କରୁଛନ୍ତି ବୋଲି ପ୍ରଶ୍ନ କରିବା ସହିତ ତୁରନ୍ତ ବିଲ୍ ପାସ୍ କରିବାକୁ ଦାବି କରିଥିଲେ ଠିକାଦାର ଗୋଷ୍ଠୀ । ହେଲେ ସହକାରୀ ଯନ୍ତ୍ରୀ ଜଣକ ଏଥିରେ ରାଜି ନହେବାରୁ ଠିକାଦାରମାନେ ମିଳିତ ଭାବେ ତାଙ୍କୁ ଆକ୍ରମଣ କରିଥିବା ଜଣାପଡିଛି  । 

ଇଟିଭି ଭାରତ, ମୟୁରଭଞ୍ଜ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.