thumbnail

By ETV Bharat Odisha Team

Published : Sep 27, 2023, 2:29 PM IST

ETV Bharat / Videos

Assembly News: ବାଚସ୍ପତିଙ୍କୁ ଅପା ବୋଲି ଡାକି ଦେଲେ କୃଷିମନ୍ତ୍ରୀ, ବିରୋଧୀଙ୍କ ହୋ ହାଲ୍ଲା

ଭୁବନେଶ୍ବର: ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ ପରେ ଆଜି ଚତୁର୍ଥ ଦିନ ସୁରୁଖୁରୁରେ ଗୃହ ଚାଲିଥିଲା । ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନୋତ୍ତର ଉପରେ ଆଲୋଚନା ହୋଇଥିଲା । ବିଶେଷ କରି କୃଷି ଉପରେ ହୋଇଥିବା ପ୍ରଶ୍ନର ଉତ୍ତର ରଖିଥିଲେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଏକ ପ୍ରଶ୍ନର ଉତ୍ତର ଦେଇଥିଲେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ । ଜଙ୍ଗଳ ଅଞ୍ଚଳରେ ଧିରେ ଧିରେ ଧାନ ଚାଷ କମିଲାଣି । ହାତୀ ଓ ବାରହାଙ୍କ ଯୋଗୁଁ ଫସଲ ନଷ୍ଟ ହେଉଛି ସେ ଦିଗରେ କଣ କରାଯିବ ସେନେଇ ପ୍ରଶ୍ନ କରିଥିଲେ ବିଧାୟକ ରମେଶ ଚନ୍ଦ୍ର ସାଏ । ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ 'ଅପା' ବୋଲି ସମ୍ବୋଧନ କରିଥିଲେ । ଏହି ସମୟରେ ବାଚସ୍ପତି ସ୍ମିତହାସ୍ୟ ଦେଇଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ବିରୋଧୀ ହୋ ହାଲ୍ଲା କରିବାକୁ ଲାଗିଥିଲେ । ବାଚସ୍ପତିଙ୍କୁ ଅପା ବୋଲି ଡାକିବାକୁ ଗ୍ରହଣ କରିନଥିଲେ । ଏହାକୁ ନେଇ କୃଷି ମନ୍ତ୍ରୀ କହିଥିଲେ ଅଭ୍ୟାସ ଥିଲା ପାଟିରୁ ବାହାରି ଗଲା ଅଭ୍ୟାସ ବଦଳାଇ ଦେବି  । ତେବେ ତମାମ ଘଟଣାକୁ କଣ ହେଲା ଜାଣିବାକୁ ଦେଖନ୍ତୁ ଭିଡିଓଟି....

ଏହା ବି ପଢନ୍ତୁ...Assembly News: ବିଧାନସଭାରେ ପାରିତ ହେଲା ଓଡ଼ିଶା ଆପାର୍ଟମେଣ୍ଟ ବିଲ-୨୦୨୩

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.