thumbnail

ତିନି ରାଜ୍ୟରେ ବିଜେପିର ବିପୁଳ ବିଜୟ

By ETV Bharat Odisha Team

Published : Dec 3, 2023, 8:14 PM IST

ନୂଆଦିଲ୍ଲୀ: ହିନ୍ଦୀ ହାର୍ଟଲ୍ୟାଣ୍ଡରେ ନିଜ ପୂର୍ବ ଗୌରବ ଫେରି ପାଇଛି ବିଜେପି  । ୨୦୧୮ ପରାଜୟର ବିଜୟ ରୂପେ ମଧୁର ସ୍ବାଦ ପାଇଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଛତିଶଗଡରେ ପୁଣି ଫୁଟିଛି ପଦ୍ମ । ତିନି ରାଜ୍ୟରେ ଦଳ ପାଇଛି ସ୍ପଷ୍ଟ ବହୁମତ । ଏପଟେ ଦାକ୍ଷିଣାତ୍ୟ ରାଜ୍ୟ ତେଲଙ୍ଗାନାରେ ଓଲଟି ପଡ଼ିଛି କେସିଆରଙ୍କ ଆମ୍ବାସଡର  । ତେଲୁଗୁ ରାଜ୍ୟରେ ହାତକୁ ମିଳିଛି ବଳ । ସାଇଲେଣ୍ଟ ରଣନୀତିରେ ଲଢ଼ି କଂଗ୍ରେସ ଭାଙ୍ଗି ଦେଇଛି କେସିଆରଙ୍କ ସ୍ବପ୍ନ । ରେଭନ୍ତ ରେଡ୍ଡୀଙ୍କ  ନେତୃତ୍ବରେ ଲଢ଼ିଥିବା କଂଗ୍ରେସ ତେଲଙ୍ଗାନାରେ ପାଇଛି ବିପୁଳ ବିଜୟ । ଯାହାକୁ ନେଇ ରାଜସ୍ଥାନ ଛତିଶଗଡ଼ ପରାଜୟ ଗ୍ଲାନିରୁ କିଛିଟା ଆଶ୍ବସ୍ତି ପାଇଛି ଦଳ । ଅନ୍ୟପଟେ ତିନି ରାଜ୍ୟରେ ବିଜେପିର ବିଜୟ ପରେ ଏବେ ବିଜେପି ଉତ୍ସବ ମନାଉଛି ଦଳ । ସଂଧ୍ୟା ୬ଟା ସୁଦ୍ଧା ଭୋଟ ଗଣତି ନେଇ ଆସିଥିବା ଫଳାଫଳ ଅନୁସାରେ ମଧ୍ୟ ପ୍ରଦେଶରେ ବିଜେପି ୧୬୩ ଆସନରେ ଆଗୁଆ ରହିଛି  । କଂଗ୍ରେସ ୬୬ଟି ଆସନରେ ଆଗୁଆ ରହିଛି  । ରାଜସ୍ଥାନରେ ବିଜେପି ୧୧୫ କଂଗ୍ରେସ ୬୯ଟି ଆସନରେ ଆଗୁଆ ରହିଛି । ଛତିଶଗଡ଼ରେ ବିଜେପି ୫୪ଟି କଂଗ୍ରେସ ୩୫ ଟି ଆସନରେ ଆଗୁଆ ରହିଛନ୍ତି । ସେହିପରି ତେଲେଙ୍ଗାନାରେ କଂଗ୍ରେସ ୬୪ଟି ବିଆର୍‌ଏସ୍‌ ୩୯ଟି ଆସନରେ ବିଜୟୀ ଆଗୁଆ ରହିଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.