World Environment Day: ଗୋଟିଏ ଗଛ ବଞ୍ଚି ରହିଲେ, ଫଳ ତ କୋଟିଏ ମିଳେ...

By

Published : Jun 5, 2023, 5:36 PM IST

Updated : Jun 5, 2023, 6:37 PM IST

thumbnail

ବ୍ରହ୍ମପୁର: ବିଶ୍ବ ପରିବେଶ ଦିବସରେ ନିଜେ ଗୀତ ଗାଇ ତାହାରି ମାଧ୍ୟମରେ ସତେଚନତାର ବାର୍ତ୍ତା ଦେଇଛନ୍ତି ଗଞ୍ଜାମ ଜିଲ୍ଲାର ଆସିକା ସାଂସଦ ପ୍ରମିଳା ବିଷୋୟୀ । ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଆସିକା ସାଂସଦ ପ୍ରମିଳା ବର୍ତ୍ତମାନର ସମୟରେ କିପରି ସମସ୍ତେ ବୃକ୍ଷରୋପଣ କରି ପ୍ରତ୍ୟେକ ବୃକ୍ଷରୋପଣ କରି ଯେପରି ଯତ୍ନ ନେବା ସହିତ ସମସ୍ତେ ନୂତନ ଜଙ୍ଗଲ ତିଆରି କରିବା ତାହାକୁ ସମସ୍ତେ ଶପଥ ନେବା ପାଇଁ ପ୍ରମିଳା ବିଷୋୟୀ ନିଜର ଗୀତ ମାଧ୍ୟମରେ ବାର୍ତ୍ତା ପ୍ରଦାନ କରିଛନ୍ତି । ଗଛ କିପରି ଅମ୍ଳଜାନଠାରୁ ଆରମ୍ଭ କରି ଫୁଲଫଳ ଦେଇଥାଏ ତାହାକୁ ସେ ଏହାରି ମାଧ୍ୟମରେ ବାର୍ତ୍ତା ଦେଇଥିଲେ । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା' ତାରାତାରିଣୀ ମନ୍ଦିର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଆସିକା ସାଂସଦ ଯୋଗ ଦେଇ ବୃକ୍ଷରୋପଣ କରିବା ସହିତ ଏଭଳି ବାର୍ତ୍ତା ଦେଇଛନ୍ତି । ପୂର୍ବରୁ ଆସିକା ସାଂସଦ ପ୍ରମିଳା ବିଷୋୟୀ ଅନେକଥର ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିବାଠାରୁ ଆରମ୍ଭ କରି ଗୀତ ଗାଇ ଚର୍ଚ୍ଚାରେ ରହିଥିବା ଦେଖିବାକୁ ମିଳେ ।  ତେବେ ବିଶ୍ବ ପରିବେଶ ଦିବସରେ କିଭଳି ଗୀତ ମାଧ୍ୟମରେ ବାର୍ତ୍ତା ଦେଉଛନ୍ତି ଆସିକା ସାଂସଦ ପ୍ରମିଳା ବିଷୋୟୀ ଆସନ୍ତୁ ଶୁଣିବା ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Jun 5, 2023, 6:37 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.