ଏଏସ୍ଆଇଙ୍କ ଗୁଣ୍ଡାରାଜ; ସାମ୍ବାଦିକଙ୍କୁ କଲେ ଆକ୍ରମଣ
🎬 Watch Now: Feature Video
Published : Dec 31, 2023, 7:36 PM IST
ASI attacked Journalist ନିମାପଡ଼ା: କୋଣାର୍କ ସୂର୍ଯ୍ୟ ମନ୍ଦିରରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଓ ମାଡ଼ ମରାଯାଇଥିବା ଅଭିଯୋଗ । କୋଣାର୍କ ଥାନାରେ ଅଭିଯୋଗ କଲେ ଜନୈକ ବୈଦ୍ୟୁତିକ ଗଣମାଧ୍ୟମ ସାମ୍ବାଦିକ । ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିରରେ ନାହିଁ ନଥିବା ଭିଡ଼ ହୋଇଥିବା ବେଳେ କୌଣସି ଏକ କଥାକୁ ନେଇ ପର୍ଯ୍ୟଟକ ଓ ଏଏସ୍ଆଇ କର୍ମଚାରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ଖବର ନେବା ସମୟରେ ଟିଭି ସାମ୍ବାଦିକଙ୍କୁ ଉକ୍ତ ଏଏସ୍ଆଇ କର୍ମଚାରୀ ଠେଲାପେଲା କରି ମାଡ଼ ମାରିଥିବା ନେଇ କୋଣାର୍କ ଥାନାରେ ଅଭିଯୋଗ କରିଥିଲେ ସାମ୍ବାଦିକ । ସୂଚନା ଥାଉ, ସାମ୍ବାଦିକ ସେହି ସମୟର ଚିତ୍ର ଉତ୍ତୋଳନ କରିବା ସମୟରେ ଅନେକ ଭାଷାରେ ଗାଳି ଗୁଲଜ କରି ସାମ୍ବାଦିକଙ୍କୁ ଧକ୍କା ଦେଇଥିଲେ ସମ୍ପୃକ୍ତ ଏଏସ୍ଆଇ । ଏନେଇ କୋଣାର୍କ ଥାନାରେ ସାମ୍ବାଦିକଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି । ଯଦି ଉକ୍ତ ଘଟଣାପାଇଁ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ନିଆନଯାଏ, ତେବେ କୋଣାର୍କର ସମସ୍ତ ସାମ୍ବାଦିକଙ୍କ ପକ୍ଷରୁ ସୂର୍ଯ୍ୟମନ୍ଦିର ମୁଖ୍ୟ ପ୍ରବେଶ ପଥ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ...ଖାଦ୍ୟ କମିଶନର ସମୀକ୍ଷା ବୈଠକରେ ଉପ ଜିଲ୍ଲାପାଳ - ସାମ୍ବାଦିକ ମୁହାଁମୁହିଁ
ଇଟିଭି ଭାରତ, ନିମାପଡ଼ା