ଶୁଭମୟ ହେବ ଦିନ, ଦର୍ଶନ କରନ୍ତୁ ନଡ଼ିଆ ରାଣୀଙ୍କ ଦିବ୍ୟ ଆଳତୀ - ନଡ଼ିଆ ରାଣୀଙ୍କ ଦିବ୍ୟ ଆଳତୀ
🎬 Watch Now: Feature Video
Published : Dec 12, 2023, 6:49 AM IST
କେନ୍ଦୁଝର: ଦୁଃଖ ହାରିଣୀ ମାଆ ତାରିଣୀ । କରୁଣାମୟୀ ଘଟଗାଁ ରାଣୀ । ଭକ୍ତର ମାଆ ତାରିଣୀ ମାଆ । ତାଙ୍କୁ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଭକ୍ତଟିଏ ଧାଇଁ ଆସେ ଘଟଗାଁ ପୀଠକୁ । ତାଙ୍କର ଦିବ୍ୟ ଆଳତୀ ଦର୍ଶନ କଲେ ଜୀବନର ସବୁ ଦୁଃଖ ଦୂର ହୁଏ ବୋଲି ବିଶ୍ବାସ ରହିଛି । ପ୍ରତିଦିନ ପ୍ରଭାତରୁ ମାଆଙ୍କ ମଙ୍ଗଳ ଆଳତୀ ହୋଇଥାଏ । ଆଜି ମଧ୍ୟ ସକାଳୁ ସକାଳୁ ସେବାୟତମାନେ ମାଆ ତାରିଣୀଙ୍କ ଆଳତୀ କରିଛନ୍ତି । ଘଣ୍ଟଘଣ୍ଟା, ଶଙ୍ଖ ନାଦ, ହୁଳହୁଳିରେ ପ୍ରକମ୍ପିତ ହୋଇଛି ମନ୍ଦିର । ମାଆଙ୍କ ଆଳତୀ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ଭକ୍ତ । ମାଆଙ୍କ ପ୍ରିୟ ଭୋଗ ହେଉଛି ନଡ଼ିଆ । କେନ୍ଦୁଝର ଜିଲ୍ଲାର ଘଟଗାଁରେ ଥିବା ତାରିଣୀ ପୀଠ ଓଡ଼ିଶାର ଏକ ପ୍ରସିଦ୍ଧ ତୀର୍ଥସ୍ଥାନ । ଏଠାକାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀ । ପୁରୀର ତତ୍କାଳୀନ ଗଜପତିଙ୍କ ଆଦେଶକ୍ରମେ ମାଆ ତାରିଣୀଙ୍କ ନୂଆ ମନ୍ଦିର ଘଟଗାଁରେ ଶକ୍ତିପୀଠ ଭାବେ ସ୍ଥାପନ କରାଯାଇଥିଲା ।
ଇଟିଭି ଭାରତ, କେନ୍ଦୁଝର