କରୁଣାମୟୀ ଘଟଗାଁ ରାଣୀ, ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ - କରୁଣାମୟୀ ଘଟଗାଁ ରାଣୀ

🎬 Watch Now: Feature Video

thumbnail

By

Published : Jul 30, 2023, 6:55 AM IST

କେନ୍ଦୁଝର: ଘଟଗାଁ ରାଣୀ ମାଆ ତାରିଣୀ । ଭକ୍ତର ମାଆ ତାରିଣୀ ମାଆ ।  ମାଆ ତାରିଣୀଙ୍କୁ ଟିକେ ଦର୍ଶନ ପାଇଁ କାହିଁ କେତେ ବାଟରୁ ଭକ୍ତଟି ଧାଇଁ ଆସିଥାଏ ଘଟଗାଁ ପୀଠକୁ । ମାଆ ତାରିଣୀଙ୍କ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପକ୍ଷୟ ହୋଇଥାଏ ବୋଲି ବିଶ୍ବସ ରହିଛି । ପ୍ରତିଦିନ ଭୋର ସମୟରେ ଘଟଗାଁ ପୀଠରେ ମାଆଙ୍କର ଦିବ୍ୟ ଆଳତୀ କରାଯାଏ । ଆଜି  ସକାଳୁ ସକାଳୁ ମଧ୍ୟ ମାଆଙ୍କ ଆଳତୀ କରାଯାଇଛି । ପ୍ରଭାତରୁ ପୂଜକ ଓ ସେବାୟତ ମାଆଙ୍କ ଆଳତୀ କରିଛନ୍ତି । ଘଣ୍ଟ ଘଣ୍ଟା, ଶଙ୍ଖ, ହୁଳହୁଳି ହରିବୋଲରେ ମାଆଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଛି ପୁରା ମନ୍ଦିର ପରିସର । ମାଆଙ୍କ ଆଳତୀକୁ ଚର୍ମ ଚକ୍ଷୁରେ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଛନ୍ତି ଭକ୍ତ । ସକାଳୁ ସକାଳୁ ମାଆଙ୍କ ପୀଠରେ ଭକ୍ତଙ୍କ ଭିଡ ଜମିଛି । ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି ଭକ୍ତ। 

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.