ଶୁଭମୟ ହେବ ଦିନ, ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ମଙ୍ଗଳ ଆଳତୀ - ମାଆ ତାରିଣୀଙ୍କ ମଙ୍ଗଳ ଆଳତୀ
🎬 Watch Now: Feature Video
କେନ୍ଦୁଝର: ଘଟଗାଁ ରାଣୀ ମାଆ ତାରିଣୀ । ଭକ୍ତର ମାଆ ତାରିଣୀ ମାଆ । ମାଆଙ୍କୁ ଟିକେ ଦର୍ଶନ ପାଇଁ କାହିଁ କେତେ ବାଟରୁ ଭକ୍ତଟି ଧାଇଁ ଆସିଥାଏ ଘଟଗାଁକୁ । ମାଆ ତାରିଣୀଙ୍କ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପକ୍ଷୟ ହୋଇଥାଏ । ମାଆଙ୍କ ଅଶେଷ କୃପା ମିଳିଥାଏ ବୋଲି ବିଶ୍ବାସ ରହିଛି । ପ୍ରତିଦିନ ପ୍ରଭାତରୁ ଘଟଗାଁ ପୀଠରେ ମାଆଙ୍କର ଦିବ୍ୟ ଆଳତୀ କରାଯାଏ । ସକାଳୁ ସକାଳୁ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ । ପ୍ରଭାତରୁ ପୂଜକ ଓ ସେବାୟତ ମାଆଙ୍କ ଆଳତୀ କରିଛନ୍ତି । ନାଲି ମନ୍ଦାର ମାଳରେ ଝଟକୁଛନ୍ତି ଘଟଗାଁ ରାଣୀ । ଘଣ୍ଟ ଘଣ୍ଟା, ଶଙ୍ଖ, ନାଦରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । କେନ୍ଦୁଝର ଜିଲ୍ଲାର ଘଟଗାଁରେ ଥିବା ତାରିଣୀପୀଠ ଓଡିଶାର ଏକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର । ଏଠାକାର ଅଧିଷ୍ଠାତ୍ରୀ ଦେବୀ ତାରିଣୀ । ପୁରୀର ତତ୍କାଳୀନ ଗଜପତିଙ୍କ ଆଦେଶକ୍ରମେ ମାଆ ତାରିଣୀଙ୍କ ନୂଆ ମନ୍ଦିର ଘଟଗାଁରେ ଶକ୍ତିପୀଠ ଭାବେ ସ୍ଥାପନ କରାଯାଇଥିଲା ।
ଇଟିଭି ଭାରତ,କେନ୍ଦୁଝର