କାଉଡିଆଙ୍କ ନିଆରା ଅନ୍ଦାଜ: ସ୍କେଟିଂରେ ସନାତନ ଧର୍ମର ପ୍ରଚାର

By

Published : Jul 19, 2023, 9:47 PM IST

Updated : Jul 19, 2023, 9:55 PM IST

thumbnail

ଜୟପୁର: ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜଣେ ଯୁବକଙ୍କ ଭିଡିଓ ଜୋରଦାର ଭାଇରାଲ ହେଉଛି । ଯାହା ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଛି । ତେବେ ଏହି ଭିଡିଓରେ ଯୁବକ ଜଣକ ସ୍କେଟିଂ କରୁଥିବାର ନଜର ଆସିଛନ୍ତି। ତେବେ ଏଭଳି ସ୍କେଟିଂ ମାଧ୍ୟମରେ ହରିଦ୍ବାର ଯାତ୍ରା ପଛର କାରଣ ଇଟିଭି ଭାରତକୁ ସାକ୍ଷାତକାରରେ ରହିଛନ୍ତି ଅଜୟ ବର୍ମା। ତେବେ ରାଜସ୍ଥାନର ନୋହର ଗାଁର ଅଜୟ ବର୍ମା ନାମକ ଯୁବକ ତାଙ୍କର ନିଆରା ଅନ୍ଦାଜ ପାଇଁ ଲୋକପ୍ରିୟତା ହାସଲ କରିଛନ୍ତି। ପବିତ୍ର ଶ୍ରାବଣ ମାସରେ ବୋଲବମ ଯାତ୍ରା ଚାଲିଥିବାବେଳେ ନିଜର ସାଥୀମାନଙ୍କ ସହ ସେ ସ୍କେଟିଂ ମାଧ୍ୟମରେ ଜଳଲାଗି ପାଇଁ ପହଞ୍ଚିଥିଲେ ଅଜୟ। 


ଏହା ମଧ୍ୟ ପଢନ୍ତୁ...ପୁଣି ଚର୍ଚ୍ଚାରେ ଦିଲ୍ଲୀ ମେଟ୍ରୋ, ନାଚି ନାଚି ରିଲ୍ସ କଲେ କାଉଡିଆ

ସେ କହିଛନ୍ତି, "ଗତ କିଛି ବର୍ଷ ପୂର୍ବେ ସେ ଡିପ୍ରେସନର ଶିକାର ହୋଇଥିଲେ। ଯାହାପରେ ପତଞ୍ଜଳୀ ଆଶ୍ରମରେ ତାଙ୍କର ସ୍ବାମୀ ପରମାର୍ଥ ଦେବଙ୍କ ସହ ସାକ୍ଷାତ ହୋଇଥିଲା।" ଆଉ ଶ୍ରୀମଦଭଗବତ ଗୀତା ସମ୍ପର୍କରେ ସେ ଗୁରୁଜୀଙ୍କଠାରୁ ଜ୍ଞାନ ପ୍ରାପ୍ତ କରିବା ପରେ ପାଶ୍ଚାତ୍ୟ ସଭ୍ୟତାକୁ ଛାଡି ଷ୍କେଟିଂ ସାହାଯ୍ୟରେ ସନାତନ ଧର୍ମ ଓ ପରମ୍ପରାର ପ୍ରଚାର ପ୍ରସାର କରୁଥିବା ଦେଖିବାକୁ ମିଳିଛି।  

Last Updated : Jul 19, 2023, 9:55 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.