ଚାଷୀଙ୍କ ପାଇଁ ପୁଣି ଆନ୍ଦୋଳନକୁ ଓହ୍ଲାଇବ ନବନିର୍ମାଣ କୃଷକ ସଙ୍ଗଠନ
🎬 Watch Now: Feature Video
ଖୋର୍ଦ୍ଧା: ପ୍ରାଇସ ପ୍ରେଷ୍ଟିଜ ଓ ପେନସନ ଦାବିରେ ପୁଣି ରାଜ୍ୟ ସରକାରଙ୍କୁ ଘେରିବ ନବନିର୍ମାଣ କୃଷକ ସଙ୍ଗଠନ । ଆସନ୍ତା ଅକ୍ଟୋବର 14 ତାରିଖରୁ ଏହି ବିଶାଳ ସମାବେଶ କରାଯିବ ବୋଲି ଆଜି ଖୋର୍ଦ୍ଧା ଗୀତାଭବନ ପରିସରରେ ହୋଇଥିବା ଜିଲ୍ଲାସ୍ତରୀୟ ବୈଠକରେ କହିଛନ୍ତି ଚାଷୀନେତା ଅକ୍ଷୟ କୁମାର । ସରକାରଙ୍କ ଚାଷୀ ମାରଣ ନୀତିକୁ ବିରୋଧ କରି ଏହି ସମାବେଶରେ ପ୍ରାୟ 5ଲକ୍ଷ ଚାଷୀଙ୍କୁ ସାମିଲ କରାଯିବ । ଚାଷୀଙ୍କୁ 5ହଜାର ଟଙ୍କା ପେନସନ,ବାର୍ଦ୍ଧକ୍ୟ ଭତ୍ତା 2ହଜାରକୁ ବୃଦ୍ଧି ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 2930ଟଙ୍କାକୁ ବୃଦ୍ଧି ଭଳି 19ଦଫା ଦାବି ପୂରଣ ପାଇଁ ଏହି ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି ଅକ୍ଷୟ କୁମାର।
Last Updated : Feb 3, 2023, 8:24 PM IST