thumbnail

ଅଧର ପଣା ପାଇଁ ପ୍ରସ୍ତୁତି, ଚାଲିଛି ରଥାରୁଢ଼ ଦିଅଁଙ୍କ ସ୍ବତନ୍ତ୍ର ନୀତିକାନ୍ତି

By

Published : Jun 30, 2023, 7:30 PM IST

ପୁରୀ: ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଅଧର ପଣା ନୀତି । ରଥ ଉପରେ ଏହି ନୀତି ଅନୁଷ୍ଠିତ ହେବ । ଦୈନନ୍ଦିନ ନୀତିକାନ୍ତି ଭଳି ସକାଳୁ ମଙ୍ଗଳ ଆଳତି, ମଇଲମ, ତଡପ ଲାଗି, ଅବକାଶ ଆଦି ବିଭିନ୍ନ ନୀତିକାନ୍ତି ବଢି ଦିନ ସାଢେ ୩ଟାରୁ ସାଢେ ୪ଟା ଯାଏଁ ମଧ୍ୟାହ୍ନ ଧୂପ ହୋଇଥିଲା । ଏହାପରେ ଅଧର ପଣା ନୀତିକାନ୍ତି ଆରମ୍ଭ ହୋଇଯାଇଛି । ପ୍ରତି ରଥରେ ଶ୍ରୀଜିଉମାନଙ୍କ ଅଧର ଉଚ୍ଚର ହାଣ୍ଡିରେ ପଣା ପ୍ରସ୍ତୁତ ହେବ । ସେବାୟତ ମାନଙ୍କ ଦ୍ବାରା ସିଂହଦ୍ବାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣି କଢ଼ାଯାଇଛି । ବର୍ତ୍ତମାନ ତିନି ରଥକୁ ତୁମ୍ବ ଆସି ସାରିଛି । କୁମ୍ଭାର ସେବକଙ୍କ ଘରୁ ବଡ଼ ବଡ଼ ତୁମ୍ବ ଆସିଛି । ମାଟି ତୁମ୍ବରେ ଅଶରୀରୀ ଓ ପାର୍ଶ୍ବ ଦେବାଦେବୀମାନଙ୍କୁ ପଣା ଅର୍ପଣ କରାଯିବ । ପଣା ପ୍ରସ୍ତୁତିରେ ଛେନା, କଦଳୀ, ସର, ଗୋଲମରିଚ, ଗୁଣ୍ଡ କର୍ପୁର, ଜାଇଫଳ ଆଦି ସାମଗ୍ରୀ ବ୍ୟବହୃତ ହୋଇଥାଏ । ଭୋଗ ହେବା ପରେ ପଣାଥିବା ହାଣ୍ଡିଗୁଡ଼ିକୁ ରଥ ଉପର ଭାଙ୍ଗି ଦିଆଯିବ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.