ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ଼ କରିଥିବା ASIଙ୍କ ମାନସିକ ସ୍ଥିତି ଅନୁଧ୍ୟାନ ଆବଶ୍ୟକ: ମାନସିକ ରୋଗ ଚିକିତ୍ସକ - ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼

🎬 Watch Now: Feature Video

thumbnail

By

Published : Jan 29, 2023, 9:55 PM IST

Updated : Feb 3, 2023, 8:39 PM IST

ବ୍ରହ୍ମପୁର: ବ୍ରଜରାଜନଗରରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ପରେ ତାଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ ଜଣେ ମନ୍ତ୍ରୀଙ୍କର ଏଭଳି ହତ୍ୟାକୁ ନେଇ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଛି । ତେବେ ତାଙ୍କୁ ଗୁଳି କରିଥିବା ପୋଲିସ ASI ଗୋପାଳକୃଷ୍ଣ ଦାସଙ୍କର ମାନସିକ ସ୍ଥିତି ଠିକ ନଥିବା କହିଛନ୍ତି ତାଙ୍କ ପରିବାର । ଏନେଇ ଘଟଣା ଘଟିବାର 24 ଘଣ୍ଟା କିମ୍ବା 12 ଘଣ୍ଟା ପୂର୍ବର ମାନସିକ ସ୍ଥିତିକୁ ଅନୁଧ୍ୟାନ କରାଯିବା ଆବଶ୍ୟକ ବୋଲି କହିଛନ୍ତି ବରିଷ୍ଠ ମାନସିକ ରୋଗ ଚିକିତ୍ସକ ପ୍ରଫେସର ଚନ୍ଦ୍ରଶେଖର ତ୍ରିପାଠୀ ।

ବ୍ରଜରାଜନଗର ଗସ୍ତବେଳେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ହୋଇଥିଲା । ଗୁରୁତର ଅବସ୍ଥାରେ ମନ୍ତ୍ରୀଙ୍କୁ ପ୍ରଥମେ ଝାରସୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ଆପୋଲୋ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ବ୍ରଜରାଜନଗର ଯାଉଥିବାବେଳେ ଗାନ୍ଧି ଛକ ନିକଟରେ ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ନିୟୋଜିତ ଜଣେ ପୋଲିସ ଏଏସ୍‌ଆଇ ତାଙ୍କୁ ଗୁଳି ମାଡ଼ କରିଥିଲେ । ଗୁଳିମାଡ଼ କରିଥିବା ପୋଲିସ ଏଏସ୍‌ଆଇଙ୍କୁ ଅଟକ ରଖାଯାଇଥିବା ବେଳେ ସେ ଏଭଳି କାଣ୍ଡ ଘଟାଇବାର 24 ଘଣ୍ଟା କିମ୍ବା 12 ଘଣ୍ଟା ପୂର୍ବର ତାଙ୍କ ମାନସିକ ସ୍ଥିତି କିଭଳି ଥିଲା ଅନୁଧ୍ୟାନ କରାଯିବା ଆବଶ୍ୟକ ବୋଲି କହିଛନ୍ତି ବରିଷ୍ଠ ମାନସିକ ରୋଗ ଚିକିତ୍ସକ ପ୍ରଫେସର ଚନ୍ଦ୍ରଶେଖର ତ୍ରିପାଠୀ ।

ଗୁଳିମାଡ଼ରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଛି । ମନ୍ତ୍ରୀଙ୍କୁ ଅତି ନିକଟରୁ ଗୁଳି ଚଳାଇଥିବା ଅଭିଯୁକ୍ତ ପୋଲିସ ASI ଗୋପାଳକୃଷ୍ଣ ଦାସର ପରିବାର ଲୋକଙ୍କ କହିବା ଅନୁସାରେ ତାଙ୍କର ମାନସିକ ସ୍ଥିତି ଠିକ ନଥିଲା । ତେବେ ଏନେଇ ତାଙ୍କର ଚିକିତ୍ସା କରୁଥିବା ବ୍ରହ୍ମପୁର ଏମକେସିଜି ମେଡିକାଲର ଡାକ୍ତର ପ୍ରଫେସର ଚନ୍ଦ୍ରଶେଖର ତ୍ରିପାଠୀଙ୍କ ସହ ଆଲୋଚନା କରିଥିଲେ ଆମ ପ୍ରତିନିଧି ସମୀର ଆଚାର୍ଯ୍ୟ । ସେ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଘଟଣାର 24 ଘଣ୍ଟା କିମ୍ବା 12 ଘଣ୍ଟା ପୂର୍ବରୁ ଅଭିଯୁକ୍ତ ASIଙ୍କ ମାନସିକ ସ୍ଥିତିକୁ ଅନୁଧ୍ୟାନ କରାଯିବା ଆବଶ୍ୟକ ରହିଛି । ଗତ ଆଠ ବର୍ଷ ଧରି ବ୍ରହ୍ମପୁର ସହରରେ ବରିଷ୍ଠ ଚିକିତ୍ସକ ଚନ୍ଦ୍ରଶେଖରଙ୍କ ନିକଟରେ ଅଭିଯୁକ୍ତ ପୋଲିସ ASI ଗୋପାଳକୃଷ୍ଣ ଦାସ ଚିକିତ୍ସିତ ହେଉଥିଲେ । ଗତ ଏକ ବର୍ଷ ତଳେ ସେ ଆସି ଚିକିତ୍ସିତ ହେବା ସହ ନିୟମିତ ଭାବରେ ଔଷଧ ସେବନ କରିବାକୁ ପରାମର୍ଶ ଦେଇଥିଲେ ଡାକ୍ତର ଚନ୍ଦ୍ରଶେଖର ତ୍ରିପାଠୀ । ହେଲେ କିଭଳି ଏବଂ କେଉଁ ପରିସ୍ଥିତିରେ ସେ ଏଭଳି ଗୁଳି ଚଳାଇଲେ ତାହାକୁ ଅନୁଧ୍ୟାନ କରିବା ପାଇଁ ତଦନ୍ତକାରୀ ଟିମ୍ ନିକଟବର୍ତ୍ତୀ ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞଙ୍କ ନିକଟରେ ଅଭିଯୁକ୍ତଙ୍କୁ ହାଜର କଲେ ତାହା ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ବରିଷ୍ଠ ଚିକିତ୍ସକ ଚନ୍ଦ୍ରଶେଖର ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.