ଯାତ୍ରୀବାହୀ ବସକୁ ପଛପଟୁ ଧକ୍କା ଦେଲା ହାଇୱା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
🎬 Watch Now: Feature Video
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛରୁ ଧକ୍କା ଦେଲା ମାଲ ବୋଝେଇ ଟ୍ରକ । ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ବସରେ ଥିବା ଯାତ୍ରୀ । ଘଟଣା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜମଧର ଛକ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସକୁ ପଛପଟୁ ଏକ ମାଲ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଯାତ୍ରୀବାହୀ ବସଟି କେନ୍ଦ୍ରାପଡାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ଉକ୍ତ ବସଟିର ପଛ ପାର୍ଶ୍ଵ ସମେତ ଡୋର ସମ୍ପୂର୍ଣ୍ଣ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି । ବସରେ କମ ଯାତ୍ରୀଥିବାରୁ କାହାର କିଛି ବିଶେଷ କ୍ଷତି ହୋଇନଥିବା ଜଣାପଡିଛି । ତେବେ ଦୁର୍ଘଟଣାରେ କେନ୍ଦ୍ରାପଡା ବ୍ଲକ ଚଉଦକୁଲାଟ ଗ୍ରାମର ଗୋଟିଏ ପରିବାରର ସ୍ବାମୀ ଓ ସ୍ତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଅନ୍ୟପକ୍ଷରେ ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।
ଇଟିଭି ଭାରତ, କେନ୍ଦ୍ରାପଡା