ମୃତ ପୁଅ ସ୍ମୃତିରେ ବାଇକ୍ ମ୍ୟୁଜିୟମ ତିଆରି କଲା ମା‘, ବୁଲିଥିଲେ 50ଦେଶ
🎬 Watch Now: Feature Video
ବେଙ୍ଗାଲୁରୁ: ପୁଅର ସ୍ମୃତିରେ ପୁଆ ପାଇଁ ମ୍ୟୁଜିୟମ ତିଆରି କଲା ମା’ । ପୁଅ ବ୍ୟହାର କରୁଥିବା ବାଇକ ଠାରୁ ଆରମ୍ଭ କରି, ପୁଆର ଷ୍ଟାଚ୍ୟୁ ତିଆରି କରିଛନ୍ତି ପରିବାର ଲୋକ । ବେଙ୍ଗାଲୁରର ମହେଦେବପୁରରେ ଏପରି ଷ୍ଟାଚ୍ୟୁ ତିଆରି ହୋଇଥିବା ବେଳେ ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମୁଛି । ତେବେ ଏହି ଷ୍ଟାଚ୍ୟୁଟି ହେଉଛି ଫେମସ ବାଇକ ରାଇଡର ତଥା ୫୦ଟି ଦେଶ ବୁଲି ରେକର୍ଡ ସୃଷ୍ଟି କରିଥିବା କିଙ୍ଗ ରିଚାର୍ଡଙ୍କ । ତେବେ ଯୁବ ବାଇକ ରାଇଡରଙ୍କ ପାଇଁ ସେଥିଲେ ରୋଲ ମଡେଲ । ନିଜ ବାଇକରେ ବିଦେଶ ଭ୍ରମଣ କରିବାକୁ ସମସ୍ତଙ୍କ ଇଚ୍ଛା ରହିଥାଏ ବେଳେ ରିଚାର୍ଡ ୫୦ଟି ଦେଶ ନିଜ ବାଇକରେ ଭ୍ରମଣ କରିଛନ୍ତି ।
ତେବେ କିଙ୍ଗ ରିଚାର୍ଡଙ୍କ ୨୦୨୧ରେ ବେଙ୍ଗାଲୁରରୁ କାଶ୍ମୀରର ଯାଉଥିବା ବେଳେ ଏକ ସଡକ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଥିଲା । ତେବେ ତାଙ୍କ ସମସ୍ତ ମେମରୀକୁ ସାଇତି ରଖିବା ସହ ଯୁବପିଢିଙ୍କୁ ଉତ୍ସାହିତ କରିବା ପାଇଁ ଏକ ସୁନ୍ଦର ମ୍ୟୁଜିୟମ ତିଆରି କରିଛନ୍ତି ରିଚାର୍ଡଙ୍କ ମା । ତେବେ ଏହି ମ୍ୟୁଜିୟମକୁ ଇଜିପ୍ଟିୟାନ ଷ୍ଟାଇଲରେ ନିର୍ମାଣ କରାଯାଇଛି । ଏହାସହ ଥାଇଲ୍ୟାଣ୍ଡ ଡିଜାଇନରେ ଗୁମ୍ଫା ନିର୍ମାଣ କରାଯାଇଛି । ତେବେ ଏହି ମ୍ୟୁଜିୟମକୁ ତିଆରି କରିବା ପାଇଁ ୧୦ କୋର୍ଟ ଖର୍ଚ୍ଚ ହୋଇଥିବା ବେଳେ,ମ୍ୟୁଜିୟମର ନାଁ ରହିଛି ରିଚାର୍ଡ ୱାଣ୍ଡର ୱାଲ୍ଡ । ତେବେ ଏହି ମ୍ୟୁଜିୟମରେ କିଙ୍ଗ ରିଚାର୍ଡଙ୍କ ବାଇକ୍, ଷ୍ଟାଚ୍ୟୁ ଓ ରିଚାର୍ଡଙ୍କ ଆଚିଭମେଣ୍ଟ, ଓ ଦେଶ ଦେଶ ବୁଲି ସଂଗ୍ରହ କରିଥିବା ଟଙ୍କା ଏବଂ ମେମରି ସବୁ ରହିଛି । କିଙ୍ଗ ରିଚାର୍ଡଙ୍କୁ ସବୁବେଳେ ମନ ପକାଇବା ପାଇଁ ତାଙ୍କ ଏହାକୁ ନିର୍ମାଣ କରିଥିବା କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ