Independence Day: ପୁରୀରେ ସ୍ୱାଧୀନତା ଦିବସ ପାଳନ, ପତାକା ଉତ୍ତୋଳନ କଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ - ଶ୍ରୀକ୍ଷେତ୍ର ପ୍ରେସ କ୍ଳବ ସ୍ବାଧୀନତା ଦିବସ
🎬 Watch Now: Feature Video
ପୁରୀ: ପୁରୀ ତାଳବଣିଆ ସ୍ଥିତ ଇଣ୍ଡୋର ଷ୍ଟାଡିୟମ ପଡିଆରେ ୭୭ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ । ସ୍ବାଧୀନତା ଦିବସର ପରେଡ଼ ଉତ୍ସବରେ ହୋମଗାର୍ଡ ବାହିନୀ ଓ ବିଭିନ୍ନ କଲେଜ ତଥା ସ୍କୁଲର ଏନସିସି ଛାତ୍ରଛାତ୍ରୀ, ସ୍କାଉଟ ଓ ଗାଇଡ଼ ସମେତ ୫୦ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରିଥିଲେ । ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ ପତାକା ଉତ୍ତୋଳନ ସମୟରେ ଉପସ୍ଥିତ ରହିଥିଲେ । ଜିଲ୍ଲାପାଳ ସମ୍ବୋଧନ କରିବା ଅବସରରେ ପୁରୀର ପୂଜ୍ୟପୂଜାଙ୍କ ଦେଶ ପ୍ରେମ ଏବଂ ସମାଜ ସଂସ୍କାର ଉପରେ ଆଲୋକପାତ କରିଥିଲେ । ପରେଡ଼ ଉତ୍ସବରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ ସାମିଲ ହୋଇଥିଲେ । ଏହି ଅବସରରେ ଅନେକ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଆଶା, ଅଙ୍ଗନବାଡ଼ି, ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଇଣ୍ଡୋର ଷ୍ଟାଡିୟମ ଠାରେ ମନ୍ତ୍ରୀ ଓ ଜିଲ୍ଲାପାଳ ବୃକ୍ଷରୋପଣ କରିଥିଲେ ।
ଏହାମଧ୍ୟ ପଢନ୍ତୁ: ମାଲକାନଗିରିରେ ୭୭ତମ ସ୍ବାଧୀନତା ଦିବସ ପାଳିତ
୭୭ତମ ସ୍ବାଧିନତା ଦିବସ ଅବସରରେ ପୁରୀ ସହରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ପତକା ଉତ୍ତୋଳନ କରାଯାଇ ବେଶ୍ ଉତ୍ସାହର ସହକାରେ ସ୍ଵାଧୀନତା ଦିବସ ପାଳନ କରାଯାଇଛି । ପୁରୀର ଶ୍ରୀକ୍ଷେତ୍ର ପ୍ରେସ କ୍ଳବ୍ ପକ୍ଷରୁ ମଧ୍ୟ ସ୍ବାଧିନତା ଦିବସ ପାଳନ କରଯାଇଛି । ଗୋପାଳବଲ୍ଲଭ ରୋଡରେ ଥିବା ଶ୍ରୀକ୍ଷେତ୍ର ପ୍ରେସ କ୍ଳବ୍ କାର୍ଯ୍ୟାଳୟ ନିକଟରେ ପୁରୀ ସହର ସାମ୍ବାଦିକ, ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ ସହ ଜାତିୟ ସଙ୍ଗୀତ ଗାନ କରାଯାଇଥିଲା । ଏହି ଅବସରରେ ଦେଶସେବାରେ ପ୍ରତ୍ୟେକ ନାଗରିକ ଆଗେଇ ଆସିବାକୁ ଆହ୍ଵାନ ଦିଆଯାଇଥିଲା ।
ଇଟିଭି ଭାରତ, ପୁରୀ