ଗଣତନ୍ତ୍ରର ମହାପର୍ବ, ଉତ୍ସବ ମୁଖର ଢେଙ୍କାନାଳ - ଢେଙ୍କାନାଳ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

🎬 Watch Now: Feature Video

thumbnail

By

Published : Jan 26, 2023, 10:35 PM IST

Updated : Feb 3, 2023, 8:39 PM IST

ଢେଙ୍କାନାଳ: ଆଜି ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ଢେଙ୍କାନାଳ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଷ୍ଟାଡିୟମଠାରେ ଏହି ୭୪ ତମ ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଭବେ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ସମବାୟ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି। 

ସମ୍ମିଳିତ ପରେଡ଼ ରେ ଅଭିବାଦନ ଗ୍ରହଣ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ ମନ୍ତ୍ରୀ। ଜିଲ୍ଲାସ୍ତରୀୟ ପୁଲିସ , ଏନସିସି ଓ ବିଭିନ୍ନ ସ୍କୁଲ କଲେଜ ଆଦି ମୋଟ ୩୪ଦଳ ଏହି ପରେଡ଼ ରେ ଅଂଶ ଗ୍ରହଣ କରିଥିଲେ। ମାର୍ଚ୍ଚପାଷ୍ଟ ପରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

 ଶେଷରେ ଜିଲ୍ଲାରେ କୃତିତ୍ୱ ଅର୍ଜନ କରିଥିବା ବହୁ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷମାନଙ୍କୁ ମନ୍ତ୍ରୀ ପୁରସ୍କାର ପ୍ରଦାନ କରିଥିଲେ।ପରେ ମନ୍ତ୍ରୀ ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ପୁସ୍ପ ପ୍ରଦର୍ଶନୀ, ରୋଟାରୀ କ୍ଲବର ରକ୍ତଦାନ ଶିବିର,ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ, ଜିଲ୍ଲା କାରାଗାର ଓ ବିଭିନ୍ନ ଅନୁଷ୍ଠାନର ଅନ୍ତୋବାସୀମାନଙ୍କୁ ମିଷ୍ଟାନ ବଣ୍ଟନ ଏବଂ ସହର ମଧ୍ୟରେ ବିଭିନ୍ନ ପ୍ରକଲ୍ପର ଲୋକାର୍ପଣ କରିଥିଲେ।ଏହି ଅବସରରେ ମନ୍ତ୍ରୀଙ୍କ ଦ୍ଵାର ସହରରେ ଥିବା ସମସ୍ତ ବରପୁତ୍ରମାନଙ୍କୁ ପୁସ୍ପମାଲ୍ୟ ଅର୍ପଣ କରାଯାଇଛି। ଆଜି ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମ ରହିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନାପ୍ରଦାନ କରାଯାଇଛି।

ତେବେ ଆଜି ପ୍ରଥମ ଥର ପାଇଁ କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ହେଉଛି ଗଣତନ୍ତ୍ର ଦିବସ ଭବ୍ୟ ପରେଡ୍ । ଅତିଥି ଭାବେ ଯୋଗ ଦେଇଥିଲେ ଇଜିପଟ ରାଷ୍ଟ୍ରପତି ଅବଦେଲ ଫତହ ଏଲ୍-ସିସି । ଇଜିପଟର ସମ୍ମାନାର୍ଥେ ଦେଶର ଏକ କଣ୍ଟିଜେଣ୍ଟ ପରେଡରେ ସାମିଲ ହୋଇଥିଲା ।  ଗଣତନ୍ତ୍ର ଦିବସ ଉପଲକ୍ଷେ ସାରା ଦେଶ ଉତ୍ସବ ମୁଖର । ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଆଜିର ଦିନରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା ।ଏହାସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଯାହାକୁ ଭାରତବର୍ଷ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରିଆସୁଛି । ଏହି ଦିନ ରାଜଧାନୀର କର୍ତ୍ତବ୍ୟ ପଥରେ ଆୟୋଜିତ ହୋଇଥିବା ମୁଖ୍ୟ କାର୍ୟ୍ୟକ୍ରମରେ ଭାରତ ସଂସ୍କୃତିର ଝଲକ ସହିତ ସାମରିକ ଶକ୍ତି ଏବଂ ପାରମ୍ପାରିକ ଐତିହ୍ୟକୁ ଦେଖିବାକୁ ମିଳେ।

ଇଟିଭି ଭାରତ, ଢେଙ୍କାନାଳ

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.