ଢେଙ୍କାନାଳ ଗସ୍ତରେ 5T ସଚିବ, ବ୍ରାହ୍ମଣୀ ସେତୁ ଲୋକର୍ପଣ - ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

🎬 Watch Now: Feature Video

thumbnail

By

Published : May 30, 2023, 10:22 AM IST

ଢେଙ୍କାନାଳ: 5T ସଚିବଙ୍କ ଢେଙ୍କାନାଳ ଗସ୍ତ ଅବସରରେ ଅବସରରେ ବ୍ରାହ୍ମଣୀ ଉପରେ ନବ ନିର୍ମିତ ସେତୁକୁ ବ୍ରାହ୍ମଣୀ ସେତୁ ଭାବେ ନାମକରଣ କରିଛନ୍ତି । ତେବେ ଗତକାଲି(ସୋମବାର) ଅପରାହ୍ନରେ ବ୍ରାହ୍ମଣୀ ସେତୁକୁ ଲୋକର୍ପଣ କରିଛନ୍ତି ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।  ଏହି ଉପଲକ୍ଷେ ଜୋରନ୍ଦା କାଳୁରିଆଠାରେ ଆୟୋଜିତ ଲୋକର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇ ୨୫୪କୋଟି ଟଙ୍କା ବ୍ୟୟରେ ନିର୍ମିତ 1862 ମିଟର ଲମ୍ବ ଏହି ସେତୁ ବ୍ରାହ୍ମଣୀ ଉପରେ ସର୍ବ ବୃହତ ସେତୁ ବୋଲି ପ୍ରକାଶ କରିଛନ୍ତି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଏହି ସେତୁ ଜୋରନ୍ଦାର କାଲୁରିଆ ଓ ଭୁବନ ବ୍ଲକର ଡିଘି ଗ୍ରାମକୁ ସଂଯୋଗ କରୁଛି । ଫଳରେ ଏହି ନବ ନିର୍ମିତ ବ୍ରାହ୍ମଣୀ ସେତୁ ଦ୍ବାରା ଢେଙ୍କାନାଳ ସଦର, କାମାକ୍ଷାନଗର ଓ ଭୁବନ ଆଦି ୪ଟି ବ୍ଲକ ୬୨ଟି ଗ୍ରାମବାସୀ ସିଧା ସଳଖ ଉପକୃତ ହେବେ ।  

ଅପରପକ୍ଷରେ ବିଶ୍ୱ ପ୍ରସିଦ୍ଧ ମହିମା ଗାଦୀ ଜୋରନ୍ଦାକୁ ଦକ୍ଷିଣ ଓଡ଼ିଶାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଯିବା ଆସିବାର ଏହା ପ୍ରମୁଖ ମାଧ୍ୟମ । ଫଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ମହିମା ଗାଦୀର ଉନ୍ନୟନ ଦିଗରେ ଏହି ମହିମା ସେତୁ ଆଉ ଏକ ପ୍ରମୁଖ ଯୋଗାଯୋଗର ମାଧ୍ୟମ ହେଲା ବୋଲି ପ୍ରକାଶ କରିଛନ୍ତି ଢେଙ୍କାନାଳର ଜିଲ୍ଲାପାଳ । ଏହି ଅବସରରେ ଢେଙ୍କାନାଲ ସାଂସଦ ମହେଶ ସାହୁ ଓ ବିଭିନ୍ନ ସରକାରୀ ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ । 
 

ଇଟିଭି ଭାରତ, ଡେଙ୍କାନାଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.