ଗଞ୍ଜାମ ଗସ୍ତରେ 5T ଅଧ୍ୟକ୍ଷ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା
🎬 Watch Now: Feature Video
Published : Dec 17, 2023, 9:01 AM IST
ବ୍ରହ୍ମପୁର: ଦୁଇଦିନିଆ ଗଞ୍ଜାମ ଗସ୍ତରେ ଆସିଥିବା 5ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ବ୍ରହ୍ମପୁରର ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀ ମନ୍ଦିରର ଉନ୍ନୟନ ଓ ରୂପାନ୍ତୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳି ଓ ଶେରଗଡ଼ ଗସ୍ତ ପରେ ବ୍ରହ୍ମପୁରରେ ପହଞ୍ଚି ମାଆ ବୁଢୀ ଠାକୁରାଣୀଙ୍କ ମନ୍ଦିରରେ ମାଁଙ୍କୁ ଦର୍ଶନ କରିବା ସହିତ ଉନ୍ନୟନ ଓ ରୂପାନ୍ତରୀକରଣ କାର୍ଯ୍ୟର ସମୀକ୍ଷା କରିବା ସହିତ ଆସନ୍ତା ଏକ ବର୍ଷ ମଧ୍ୟରେ ମନ୍ଦିର ନିର୍ମାଣ ହେବ ବୋଲି କହିଛନ୍ତି । ମାଁଙ୍କୁ ଦର୍ଶନ ପରେ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବା ସମୟରେ ବ୍ରହ୍ମପୁର ସହର ପ୍ରତି ତାଙ୍କର ସ୍ୱତନ୍ତ୍ର ସଂପର୍କ ରହିଥିବା ବେଳେ ଭଲ ପାଇବା ଅଧିକ ରହିଥିବା ବିଷୟ ବାଖ୍ୟା କରିବା ସହିତ ବ୍ରହ୍ମପୁର ସହରକୁ ଏକ ନମ୍ୱର କରିବାକୁ ସମସ୍ତେ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ ।
ଏହାମଧ୍ୟ ପଢନ୍ତୁ.. ଦୁଇଦିନିଆ ଗଞ୍ଜାମ ଗସ୍ତରେ 5ଟି ଅଧ୍ୟକ୍ଷ ପାଣ୍ଡିଆନ
ଏପରିକି 5ଟି ଅଧ୍ୟକ୍ଷ ବ୍ରହ୍ମପୁରର ବହୁ ପ୍ରତିକ୍ଷୀତ ରିଙ୍ଗ୍ ରୋଡ୍ କାର୍ଯ୍ୟ ଦ୍ରୁତଗତିରେ ଆଗେଇଥିବା କହିଛନ୍ତି ପାଣ୍ଡିଆନ । ଏଥିସହ ଟାଟା ପକ୍ଷରୁ ନିର୍ମାଣ ହୋଇଥିବା ସମ୍ ହସ୍ପିଟାଲ ସ୍ବାସ୍ଥ୍ୟସେବା ଯୋଗାଇଦେବ ଓ ବ୍ରହ୍ମପୁରବାସୀଙ୍କୁ ବାହାରକୁ ଯିବାକୁ ପଡ଼ିବ ନାହିଁ ବୋଲି ମଧ୍ୟ କହିଥିଲେ । 5ଟି ଅଧ୍ୟକ୍ଷଙ୍କର ଗସ୍ତ ସମୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇଙ୍କ ସମେତ ବ୍ରହ୍ମପୁର ମହାନଗର ନିଗମର ସମସ୍ତ ନିର୍ବାଚିତ କର୍ପୋରେଟର ମାନେ ଉପସ୍ଥିତ ରହିଥିଲେ ।
ଇଟିଭି ଭାରତ, ବ୍ରହ୍ମପୁର